Breaking News

ଭୋଟର ସହିତ ଆଧାର ଲିଙ୍କ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସର୍ବ ଦଳୀୟ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବୈଠକ




ଭଞ୍ଜନଗର ----  ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ଭୋଟର ସହିତ ଆଧାର ଲିଙ୍କ କରିବା ନିମନ୍ତେ ଉପ-ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧ ସହ ଗଣମାଧ୍ୟ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଉପ-ଜିଲ୍ଲାପାଳ ଶ୍ରୀ ରାୟ କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକପ୍ରତିନିଧି ଆଇନ -1950ୟ1951 ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡିଏ ସଂଶୋଧନ କରାଯାଇଛି  ତାହା ଅବଗତ କରାଇଥିଲେ । ଯାହାକି ଚଳିତ 2022 ମସିହା ଅଗଷ୍ଚ 1 ତାରିଖଠାରୁ କାର୍ଯ୍ୟକାରୀ ହେବ । ତା 01.04.2023 ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟର ମାନେ ସେମାନଙ୍କର ଆଧାର ନମ୍ଭର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଜଣାଇବେ। ଆଧାର ବିବରଣୀ ଦାଖଲ କରିବା ନିମନ୍ତେ ଫର୍ମ 6 (ଖ) ପ୍ରଚଳନ କରାଯାଇଛି  । ଏହି ଫର୍ମ ନିର୍ବାଚନ ଆୟୋଗଙ୍କ Websit:- ERONET, GARUDA,NVSP,VHA etc. ରେ ଉପଲବ୍ଧ । ଆଜିର ଏହି ବୈଠକରେ ସି.ପି.ଆଇ ପ୍ରତିନିଧି ଶ୍ରୀ ସୋମନାଥ ନାୟକ,ବିଜେପି ଦଳର ଶ୍ରୀ ସନ୍ତୋଷ କୁମାର ତିଆଡି ଏବଂ ଶ୍ରୀ ରଞ୍ଜନ କୁମାର ରାଉତ, କଂଗ୍ରେସ ର ଶ୍ରୀ ସନ୍ତୋଷ କୁମାର ନାୟକ, ବିଜେଡି ର ଶ୍ରୀ ରାଜେନ୍ଦ୍ର କୁମାର ପ୍ରଧାନ, ଏପିପି ର ଶ୍ରୀ ଗୋପାଳ ଚନ୍ଦ୍ର ବିଷୋୟୀ, ଧରିତ୍ରୀ ରସାମ୍ବାଦିକ ଶ୍ରୀ ବାବୁଲା ପ୍ରଧାନ, ସମ୍ବାଦ ର ଶ୍ରୀ ବିଶ୍ବମ୍ବର ଜେନା, ସାମ୍ବାଦିକ ଅମରେନ୍ଦ୍ର କୁମାର ପଟ୍ଟନାୟକ,  ଉଦୟନାଥ ପଣ୍ଡା ପ୍ରବୂତି ସାମ୍ବାଦିକ ଗଣ ଏବଂ ରାଜନୈତିକ ଦଳର ପ୍ରତନିଧ ଗଣ ଯୋଗଦେଇ ଥିଲେ । ଉପ-ଜିଲ୍ଲାପାଳ ଶ୍ରୀ ରାୟ ସମସ୍ତଙ୍କୁ ସଂଜକୀକରଣ , ରୂପାନ୍ତରିତ ପଞ୍ଜିକରଣ ଫର୍ମ ଉପରେ ବିସଦ ଭାବରେ ଆଲୋଚନା କରିଥିଲେ । ଏହାର ପ୍ରସାର ପାଇଁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜଣାଇଥିଲେ । ଏହି ବୈଠକରେ ଉପଖଣ୍ଡ ସୂଚନା ଲୋକସଂର୍ପକ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥି ଏବଂ ଉପଜିଲ୍ଲାପାଳ ନିର୍ବାଚନ ବିଭାଗର ବରିଷ୍ଠ କର୍ମଚାରୀ ଶ୍ରୀ ମୁକ୍ତିପଦ ନାୟକ ଓ ଶ୍ରୀ ଗଙ୍ଗାଧର ସାହୁ ଏବଂ ଆର. ସତ୍ୟନାରାୟଣ ରେଡୀ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୮/୨୦୨୨। -----୮,୫୫  Sakhigopal News,1/8/2022

Blog Archive

Popular Posts