ସମ୍ବିଧାନ ଅଧିକାର ପାଇଁ ଲଢେଇ ଜାରି ରହିବ:-ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର
The fight for constitutional rights will continue:-Former Minister Surendra
ସଇଁନ୍ତଲା,-----ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଆଜି ବିଶ୍ୱ ଆଦିବାସୀ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସ୍ଥାନୀୟ ଚଣ୍ଡୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା ପରେ ଆଦିବାସୀ ନୃତ୍ୟ ପରିବେଷଣ କରି ସହର ପରିକ୍ରମା କରିଥିଲେ। ଉତ୍କଳ କନ୍ଧ ସମାଜ କେନ୍ଦ୍ରୀୟ କମିଟି ସଭାପତି ଚିନ୍ତାମଣି ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଥିବା ବେଳେ ବେଦବ୍ୟାସ ଭୋଇ ମୁଖ୍ୟବକ୍ତା,ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ,ମାଝୀ ପ୍ରଗଣା ଆଠଗାଁ ପ୍ରହଲ୍ଲାଦ ମାଝୀ,ଯାନୀ ପ୍ରଗଣା ଦାଶରଥି ଭୋଇ,ଶିକା ପ୍ରଗଣା ପ୍ରେମ ଭୋଇ,ଗହକା ପ୍ରଗଣା ଢୁଲ ମାଝୀ, ଦୁର୍ଜନ ମାଝୀ,ସଦାଶିବ ମାଝୀ, ବୁଢ଼ାବାହାଲ ପୂର୍ବତନ ସରପଞ୍ଚ କପିଳ ଭୋଇ,ଭନ୍ଦ୍ରା ସରପଞ୍ଚ ରାଜିନ୍ଦ୍ର ଯାନୀ,ସୁରେନ୍ଦ୍ର ଭୋଇ,ଦାମଦର ଭୋଇ,ଦିବାକାର ଭୋଇ,ବିରାଟ ଭୋଇ, ଲମୋଦର ଭୋଇ ପ୍ରମୁଖ ଯୋଗଦେଇ ଥିଲେ। ତେବେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଆଦିବାସୀ ବା ଆଦିମ ଜନଜାତି ମାନଙ୍କ ପ୍ରତି ଅଣଦେଖା କରିବା ସହ ଆଦିବାସୀ ମାନେ ମୌଳିକ ଅଧିକାର ରୁ ବଞ୍ଚିତ ରହିଛନ୍ତି।ଅନେକ ଗାଁକୁ ପକ୍କା ରାସ୍ତା,ସ୍ୱାସ୍ଥ୍ୟ ସେବା, ବିଜୁଳି ଭଳି ସମସ୍ୟା ରହିଛି। ଏବେ ବି ଆଦିବାସୀ ମାନେ ବିକାଶ ର ବହୁ ଦୂରରେ ରହିଛନ୍ତି । ସମ୍ବିଧାନ ଅଧିକାର ପାଇବା ପାଇଁ ଲଢେଇ ଜାରି ରହିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ମତବ୍ୟକ୍ତ ଦେଇଥିଲେ।ଆଦିବାସୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଭୋକିଲା ପେଟରେ ଦିନ କାଟୁଛନ୍ତି । ସରକାରୀ ଯୋଜନା ରେ ସାମିଲ କରି ବିଭିନ୍ନ ପ୍ରକାର ସହାୟତା କରିଥିବା କଥା କହୁଥିବା ବେଳେ ଅନେକ ଆଦିବାସୀ ମାନେ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି ।
ତେଣୁ ଭୋକର ଭୋଗଳ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି । ସାରା ରାଜ୍ୟ ବୋଲି ଅତିଥିମାନେ ସଭାରେ ମତବ୍ୟକ୍ତ ପ୍ରଦାନ କରିଥିଲେ।ଉକ୍ତ ସଭାକୁ ଖୁସିରାମ ଯାନୀ ସଭା ପରିଚାଳନା କରିଥିବା ବେଳେ ଶେଷ ଦେବ ଯାନୀ,ବୈକୁଣ୍ଠ ଭୋଇ,ରହିତ ଯାନୀ,ଅରୁଣ ସିଂ ଭୋଇ,ମହେନ୍ଦ୍ର କୁମାର ଭୋଇ,ଦେବେନ ଭୋଇ, ଶିବ ମାଝୀ,ପ୍ରଶାନ୍ତ ଭୋଇ,ରୀଙ୍କୁ ଭୋଇ ,କିଶୋର ଭୋଇ ପ୍ରମୁଖ ସହଯୋଗ କରିଥିଲେ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ୍ ,୯/୮/୨୦୨୨----୮,୪୦ Sakhigopal News,9/8/2022