ବଳରାମ ପ୍ରସାଦ,ଟୁବୁରୀ ଗ୍ରାମବାସୀ ଇନ୍ଦିରା ଆବାସ ଓ ଘରଡ଼ିହ ପାଇବାରୁ ବଞ୍ଚିତ
Balaram Prasad, Tuburi villagers are deprived of Indira residence and house
ନୟାଗଡ଼---- କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ରେ ନିରୀହ ଆଦିବାସୀ ଓ ଗରିବ ପରିବାରକୁ ମାଗଣା ରେ ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମି ପିଟୁଛନ୍ତି । ପ୍ରକୃତ ପକ୍ଷେ ନୟାଗଡ ଜ଼ିଲ୍ଲା ଖଣ୍ଡପଡା ଓ ଗଣିଆ ବ୍ଲକ ସୀମା ଅତର୍ଗତ ବଳରାମ ପ୍ରସାଦ ର ଟୂବୁରି ସାହି ର 15ପରିବାର ଘର ଡ଼ିହ ଓ ଇନ୍ଦିରା ଆବାସ ପାଇବାରୁ ଏବେ ବି ବଞ୍ଚିତ ହୋଇଛନ୍ତି । ଆଜକୁ 30ବର୍ଷ ହେଲା ବଳରାମ ପ୍ରସାଦରେ ଥିବା ଟୂବୁରି ସାହିରେ 15ପରିବାର ଘର ଡ଼ିହ ଓ ଇନ୍ଦିରା ଆବାସରୁ ବଞ୍ଚିତ ହୋଇ ଝାଟି ମାଟି ପାଲଟଣା ଘରେ ପରିବାର କୁ ଧରି ରହିଛନ୍ତି । ସେମାନେ ହେଲେ ଶାନ୍ତିଲତା ଲେଙ୍କା, ସମ୍ବାରି ଲେଙ୍କା, କାଞ୍ଚନ ପାତ୍ର, ଗୌରୀ ପଡିଆରୀ, ମିନତୀ ଦାସ, ପୁଷ୍ପଲତା ଲେଙ୍କା, ସୁକାନ୍ତି ରାଉତ, ଲଷ୍ମୀ ଲେଙ୍କା, ତପସ୍ୱିନୀ ପଡିଆରୀ ପ୍ରମୁଖ ।
ଦିନରେ ସୂର୍ଯ୍ୟ ରାତିରେ ଜହ୍ନ ଆଲୁଅ କୁ ଦେଖି ସେହି ଘରେ ରହୁଛନ୍ତି ଅନେକ ପରିବାର । ଉକ୍ତମହିଳା ମାନଙ୍କ ଅଭିଯୋଗ ଯେ ଘର ଡ଼ିହ ଖଣ୍ଡେ ପାଇବା ନିମନ୍ତେ ବିଧାୟକ ଠାରୁ ଆରମ୍ଭ କରି ନୟାଗଡ ଜ଼ିଲ୍ଲାପାଳ, ଖଣ୍ଡପଡ଼ା ତହସିଲଦାର, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୈ।ଡିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଗରିବ ଲୋକ ଓ ଅର୍ଥ ଅଭାବ ରୁ ଘର ଖଣ୍ଡିଏ କରିପାରୁନାହାନ୍ତି ସେ ପରର ମୁଲିଆ କାମ ଧନ୍ଦା କରି ପରିବାର ଭରଣ ପୋଷଣ କରନ୍ତି। ସରକାର ଙ୍କ ତରଫରୁ ରେସନ କାର୍ଡ ଦ୍ଵାରା ଚାଉଳ ପାଉ ଥିଲେ ମଧ୍ୟ ଭୋକ ଉପବାସ ରେ ରହୁଛନ୍ତି ଅନେକ ପରିବାର । ଏମାନଙ୍କପାଇଁ ଘରଡ଼ିହ ଓ ଇନ୍ଦିରା ଆବାସ ସାତ ସପନ ହୋଇ ଯାଇଛି । କେବଳ ଭଗବାନ ଉପରେ ଭରସା କରି ରହୁଛନ୍ତି । ଘର ଡ଼ିହ ନଥିବାରୁ ପିଲା ଛୁଆଁ ମାନେ ତହସିଲ ଅଫିସ ରୁ ଜାତିଗତପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରଣାମ ପତ୍ର, ଇନିକମ ସାଟିଫିକେଟ ନପାଇଁ ପାଠପଢି ବାରୁ ବଞ୍ଚିତ ହୋଇଛନ୍ତି। ତୁରନ୍ତ ଘରଡିହ ଓ ଇନ୍ଦିରା ଆବାସ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ସରକାର ଙ୍କୁ ଅନୁରୋଧ କରିଛନ୍ତି । ଗଣମାଧ୍ୟମ ରେ ଖବର ପ୍ରସାରଣ ହେଲା ପରେ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକିରହିଲା। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୮/୨୦୨୨------୯,୧୦ Sakhigopal News,9/8/2022