ବଟି ନ ଦେବାରୁ ଦୋକାନିକୁ ମାଡ; ଥାନାରେ ଅଭିଯୋଗ
Beat up the shopkeeper for not paying; Police complaint
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ବଜାରରେ ସରକାରୀ ଯାଗାରେ ଏକ ଅସ୍ଥାୟୀ ବଟକୃଷ୍ଣ ବେହେରା ଅନେକ ଦିନ ହେବ ଅଣ୍ଡା ପାଷ୍ଟଫୁଡ ଦେକାନ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ମାତ୍ର ତାଙ୍କ ଉପରେ କିଛି ଯୁବକ ମାନଙ୍କର ନଜର ପଡିଛି । ସେ ବଟି ନ ଦେବାରୁ ତାଙ୍କ ଦେକାନ ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ ମାରିବା ସହ ଜାତିଅଣାକୁ ନେଇ ଗାଳିମନ୍ଦ କରିଥିଲେ । ଏପରିକି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି ବୋଲି ସତ୍ୟବାଦୀ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ମାତ୍ର କୌଣସି ମାମଲା ରୁଜ ହୋଇନଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୮/୨୦୨୨----୫,୩୫
Sakhigopal News, 9/8/2022