ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଖିବାକୁ ମିଳିଲା ଭାଇଚାରାର ପ୍ରତୀକ
ଜଟଣୀ --ସ୍ଥାନୀୟ" ମୋ ଜଟଣୀ ' ଠାରେ ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଘ ତରଫରୁ 76 ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ତତ୍ୱାବଧାନରେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ମୁସଲିମ, ଖ୍ରୀଷ୍ଟିୟାନ ଏବଂ ହିନ୍ଦୁ ସାମ୍ପ୍ରଦାୟର ଭାଇମାନଙ୍କ ମିଳନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା । ପତାକା ଉତ୍ତୋଳନ ପରେ ସର୍ବ ଧର୍ମର ଲୋକେ ମିଳିତ ହୋଇ ରାମଧୁନ ଗାନ କରି ପ୍ରତ୍ୟକ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ମିଷ୍ଟାନ ଖାଇଥିଲେ । ସମସ୍ତେ ମିଳିମିଶି ଭାଇ ଚାରା ସୃଷ୍ଟିକୁ ଅକ୍ଷୁର୍ଣ୍ଣ ରଖିବାର ଶପଥ ପାଠ କରିଥଲେ । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ମାନସ କୁମାର ମିଶ୍ର, ସୁଜିତ କୁମାର ସାହୁ, ଜୁଲ୍ଳ ଫିତର ଅଲ୍ଲୀ, ଇମାମୁଦିନ ଖାନ, ନିର୍ମଳ କୁମାର ଅଗ୍ରୱାଲ, ରାଜେଶ ତିୱାରୀ, ହାଫିଜ଼ ଖାନ, ଧିରେନ କୁମାର ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୮/୨୦୨୨---- ୭,୫୦ Sakhigopal News,16/8/2022