ଭାର୍ଗବୀ ବନ୍ଯା ଜଳ ନିୟନ୍ତ୍ରଣରେ ବରଦାନ ସାଜିଛି ଗବକୁଣ୍ଡ କଟ
ସାକ୍ଷୀଗୋପାଳ--- ପୁରୀଜିଲା ରେ ପ୍ରବାହିତ ଭାର୍ଗବୀ ନଦୀର ବନ୍ଯା ଜଳ ନିୟନ୍ତ୍ରଣ ରେ ବରଦାନ ସାଜିଛି ଗବକୁଣ୍ଡ କଟ । ନଦୀରେ ଜଳ ବ୍ରୁଦ୍ଧି ପାଉଥିବା ବେଳେ ବନ୍ଧର ଉଭୟ ପାର୍ଶ୍ୱ ଦେଇ ବନ୍ଯାଜଳ ବହି ଚାଲୁଛି । ୨୦୧୯ ମସିହାରେ ହୋଇଥିବା ବନ୍ଯା ଠାରୁ ଅଧିକ ଜଳ ନଦୀରେ ପ୍ରବାହିତ ହେଉଛି । ନଈ ବଢିକୁ ଦେଖି ନଈକୂଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପୁରୀ ଜିଲାର ବନ୍ଯା ନିୟନ୍ତ୍ରଣ ପାଇଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରିକଳ୍ପିତ ଗବକୁଣ୍ଡ ତାହା ୧୯୬୧ ମସିହାରେ ବିଜୁବାବୁଙ୍କ ଦ୍ୱାରା କରାଯାଇଥିଲା । ଏହି ଗବକୁଣ୍ଡ କଟ ଯୋଗୁ ପୁରୀଜିଲାର ତ୍ରିକୋଣଭୂମି ଅଞ୍ଚଳରେ ପ୍ରବାହିତ ଭାର୍ଗବୀ ,ଦୟା, କୁଶଭଦ୍ରା, ରାଜୁଆ ,ମକରା ,ରତ୍ନଚିରା ଆଦି ନଦୀର ବନ୍ଯା ନିୟନ୍ତ୍ରଣ ହୋଇପାରୁଛି । ବଳଙ୍ଗା ଜଳସମ୍ପଦ ବିଭାଗ ପକ୍ଷରୁ ଗବକୁଣ୍ଡ ଠାରୁ ବଳଙ୍ଗା ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯାଉଛି । ଯେଉଁଠି ବନ୍ଧ ଦୁର୍ବଳ ରହିଛି ସେଠାରେ ବାଲି ବସ୍ତା ରଖାଯାଇଥିବା ଦେଖିବାକୁ ମିଳିଛି । ବଳଙ୍ଗା ଠାରେ ୧୦ ଲକ୍ଷ କ୍ଯୁସେକ ଜଳ ନଦୀରେ ପ୍ରବାହିତ ହେଉଛି । ରାତିକୁ ନଦୀରେ ପାଣି କମିବାର ସମ୍ଭାବନା ରହିଛି। କୌଣସି ବିପଦ ର ସମ୍ଭାବନା ନାହିଁ ବୋଲି ବଳଙ୍ଗା ଜଳସମ୍ପଦ ବିଭାଗ ଉପଖଣ୍ଡ ଅଧିକାରୀ ହିମାଂଶୁ କୁମାର ଠାରୁ ପ୍ରକାଶ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୮/୨୦୨୨---- ୮,୧୦ Sakhigopal News,16/8/2022