Breaking News

ରେତଙ୍ଗ କଲୋନୀରେ ଏଗାରଶହ ବୃକ୍ଷ ରୋପଣ




ଖୋର୍ଦ୍ଧା--- ଜଟଣୀ ରେତଙ୍ଗ କଲୋନୀରେ ଦେଶର ୭୫ତମ ସ୍ବାଧିନତା ଦିବସ ଉପଲକ୍ଷ ବିଭିନ୍ନ ଏନଜିଓ ସଂସ୍ଥାର ସହଯୋଗରେ ଏଗାରଶହରୁ ଉର୍ଦ୍ଧ ଗଛ ଲଗାଯାଇଛି । ଏଠାରେ ସୂଚନା ଥାଉ କି ପୃଥିବୀରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥର ପ୍ରଦୃର୍ଷଣ ଦ୍ବାର ବିଶ୍ବର ଜଳ ବାୟୁରେ ବିଭିନ୍ନ ପ୍ରକାର ଅସମାନତା ଯୋଗୁଁ ଦିନକୁ ଦିନ ବିଶ୍ବ ବିଗିଡିବାରେ ଲାଗିଛି। ତେଣୁ ଏଥି ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକ  ମାନେ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ନିଜର ଗର୍ବେଷଣା ଚଲାଇଛନ୍ତି ଓ ବିଶେଷ୍ୟ କରି ଗଛକୁ ଏଥିରେ ପ୍ରଧାନ୍ୟ ଦିଆଯାଇଛି।ଯେପରି ଭାବେ ଜଙ୍ଗଲ କାଟି କଂକ୍ରିଟ୍ ଜଙ୍ଗଲ ଗଢିବା ବଢି ବଢି ଚାଲିଛି। ଏଥିପାଇଁ ବହୁ ମାତ୍ରାରେ ଜଳ ବାୟୁରେ ପରିବର୍ତ୍ତନ ହେବାରୁ ଏହାର କୁପ୍ରଭାବ ମୃର୍ତିକା ଉପରେ ମଧ୍ୟ ପଡୁଛି ଯାହା ଫଳରେ ଖାଦ୍ୟରେ ଏହାର ପ୍ରଭାବ ପଡୁଛି । ଫଳରେ ଲୋକମାନଙ୍କ ଶରୀରରେ ସଠିକ୍ ପୋଷଣ ପ୍ରତିଫଳିତ ହୋଇପାରୁ ନାହିଁ ଏହା ସହିତ ଜୀବ ଜଗତର ସନ୍ତୁଳନ ବିଗୁଡୁଛି । ଏଥିପାଇଁ ବିଭିନ୍ନ ଦେଶରେ ବିଭିନ୍ନ ଉପାୟରେ ବୃକ୍ଷ ରୋପଣ କାର୍ଯ୍ୟ ଚାଲୁଥିବା ବେଳେ ଆମ ଦେଶ ଓ ରାଜ୍ୟ ଏଥିରୁ ବାଦ୍ ପଡିନାହିଁ । ସେଥିପାଇଁ ଆମ ସରକାର ବିଭିନ୍ନ ଉପାୟରେ ଭିନ୍ନ ଭିନ୍ନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗଛ ଲଗାଉଛନ୍ତି ।  ଲୋକମାନଙ୍କୁ ଏବଂ ବିଭିନ୍ନ ଏନଜିଓ ସଂସ୍ଥା ମାନଙ୍କୁ ସଚେତନ କରାଇବା ସହ ଉସ୍ଛାହ ଦେଉଛନ୍ତି । ଆଜି ସେହିପରି କିଛି ଏନଜିଓ ସଂସ୍ଥାର ସଦସ୍ୟ ମାନେ  ଜଟଣୀର ରେତଙ୍ଗ କଲୋନୀରେ ଏଗାର ଶହ(୧୧୦୦)ରୁ ଉର୍ଦ୍ଧ ଗଛ ଲଗାଇ ସ୍ଥାନୀୟ ଅଞ୍ଚଳରେ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିଛନ୍ତି । ସେଥିମଧ୍ୟରେ UNMUKT FOUNDATION ଏବଂ EAST COACH RAILWAY ତରଫରୁ ଓ AMON HELPING HANDS,PLANT LOVER ASSOCIATION,WE4U,ଜୀବନ ରକ୍ଷା ପରିଷଦ,ଏବଂ ଜଟଣୀ କେନ୍ଦ୍ରୀୟ ବିଦ୍ୟାଳୟର ସ୍କାଉଟ୍ ଆଣ୍ଡ ଗାଇଡ୍ ଭଲେଣ୍ଟର୍ସ ମାନଙ୍କ ସହଯୋଗରେ ସଂର୍ପୂଣ୍ଣ ହୋଇଥିବାରୁ ସ୍ଥାନୀୟ ଅଂଚଳବାସୀ ଖୁସିବ୍ୟକ୍ତ କରିବା ଦ୍ବାରା ସମସ୍ତକୁଂ ସାଧୁବାଦ ଜଣାଇଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୧୬/୮/୨୦୨୨--୭,୪୦  Sakhigopal News,16/8/2022

Blog Archive

Popular Posts