ଶ୍ରୀଅରବିନ୍ଦ ନୂତନ ପାଠ ଚକ୍ର ଅନୁଷ୍ଠିତ
Sri Aurobindo New Text Cycle held.
ଭଞ୍ଜନଗର --ଭଞ୍ଜନଗର ସହର ତଳି ଅଞ୍ଚଳ ଜିଲୁଣ୍ଡି ଗ୍ରାମ ପଦ୍ମଲୋଚନ ମହାରଣାଙ୍କ ବାସଭଭବନ ଠାରେ ନୂତନ ଶ୍ରୀଅରବିନ୍ଦ ପାଠଚକ୍ର ଉଦଘାଟିତ ହୋଇଯାଛି । ଶ୍ରୀଆରବିନ୍ଦଙ୍କ ପବିତ୍ର 150ତମ ଜୟନ୍ତୀ ଅବସରରେ ଯୋଗ ଦର୍ଶନ, ଶିକ୍ଷା ଦର୍ଶନ ସର୍ବୋପରି ଭାରତୀୟ ସ୍ୱାଧୀନତା ସାଂଗ୍ରାମରେ ତାଙ୍କର ବଳିଷ୍ଠ ଯୋଗଦାନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଲକ୍ଷ୍ୟ ନେଇ ସମଗ୍ର ଭାରତ ବର୍ଷରେ ନୂତନ ପାଠଚକ୍ର ଅନୁଷ୍ଠିତ କରିବାପାଇଁ ଜାତୀୟ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଓଡିଶା ପାଠଚକ୍ର ସଂଗଠନ ଏ ପରିପ୍ରେକ୍ଷିରେ ବିଭିନ୍ନ ସହର, ଗ୍ରାମ ତଥା ଶିକ୍ଷନୁଷ୍ଠାନ ମାନଙ୍କରେ ସଭା ସମିତି କରି ଜନସାଧାରଣଙ୍କୁ ଅବଗତ କରୁଛି ।
ଭଞ୍ଜନଗର ଶ୍ରୀଅରବିନ୍ଦ ପାଠଚକ୍ରର ସଦସ୍ୟ ସଦସ୍ୟା ମନେ ଉପସ୍ଥିତ ରହି ଆଲୋଚନରେ ଅଂଶ ଗ୍ରହଣ କରିଥିଲେ । ସିମାଞ୍ଚଳ ମହାରଣା, ପ୍ରଫେସର କୃତ୍ତିବାସ ବିଶ୍ୱାଳ,ରତ୍ନମଞ୍ଜରୀ ପାଢୀ ଶ୍ରଅରବିନ୍ଦଙ୍କ ବହୁମୁଖୀ ପ୍ରାତିଭା ଉପରେ ଆଲୋକପତ କରିଥିଲେ । ନାରାୟଣ ମହାରଣା, ବାବୁଲା ପ୍ରଧାନ,ସ୍ୱପ୍ନା ରଣୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ପାଠଚକ୍ରରେ ବହୁ ଛାତ୍ରୀ ଓ ଛାତ୍ର ଯୋଗଦାନ କରିଥଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୮/୨୦୨୨----୬,୪୦ Sakhigopal News,10/8/2022