Breaking News

ବିଶ୍ବ ଆଦିବାସୀ ଦିବସ ପାଳିତ

World Indigenous Peoples Day is celebrated.

ଭଞ୍ଜନଗର,ସୋମବାର ବିଶ୍ୱ ଆଦିବାସୀ ଦିବସ ନାୟକ ଭବନ ଠାରେ ପାଳିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମକୁ ଚାଷୀ ମୁଲିଆ ସଂଘର ଜିଲ୍ଲା ସଭାପତି ନିରାକାର ନାୟକ  ଉଦଘାଟନ କରିଥିଲେ। ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ । ସମ୍ମାନିତ ଅତିଥି  ସ୍ଥାନୀୟ ଶ୍ରମିକ ନେତା ହରିକୃଷ୍ଣ ସାହୁ ଯୋଗ ଦେଇଥିଲେ । ଆଦିବାସୀ ନେତା ବୀର ଚକରା ବିଷୋୟୀ, ଦୋରା ବିଷୋୟୀ, ଲଖମଣ ନାୟକ,ବିଶ୍ରା ମୁଣ୍ଡା ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରା ଯାଇଥିଲା ।
ସଭାପତି ଏହି ଦିବସପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ  ଉଦବୋଧନ ଦେଇ କହିଥିଲେ ଆଦିବାସୀ ମାନଙ୍କୁ ଗୋଟିଏ ପଟେ ସେମାନଙ୍କ ଭାଷା, ଧର୍ମ, ସଂସ୍କୃତି ଅନ୍ୟପଟେ ସେମାନଙ୍କ ଜୀବନ ଜୀବିକା ଉପରେ ଶଂଢ଼ୁଆସି ଆକ୍ରମଣ ଚାଲିଛି । ସେମାନେ ଏ ଦିଗରେ ସଚେତନ ହୋଇ ସାଙ୍ଗରେ ଦଳିତ, ପଛୁଆ ବର୍ଗଙ୍କୁ ନେଇ ଗୋଟିଏ ମଞ୍ଚରେ ଲଢ଼ିଲେ ନିଜର ହକ ମିଳିବ ।  
 ସେମାନେ ଶିକ୍ଷିତ, ସଂଗଠିତ ହୋଇ ସଂଘର୍ଷ କରିବାକୁ ହେବ ।  ଚାଷ ବାସ ସରିବା ପରେ ଆଗାମୀ ଦିନରେ ନିଜର ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଏକ ବିରାଟ ପଟୁଆର କରିବାପାଇଁ  ଆଦିବାସୀ ନେତାମାନଙ୍କୁ ଆହ୍ୱାନ ଦେଇ ଥିଲେ । ସର୍ବ ସାଥୀ କୈଳାସ ମଳିକ, କୁବେର ଦଳବେହେରା, ସୁଦର୍ଶନ ମଣ୍ଡଳ, ଦାନୁ ମଳିକ,, ମହାଦେବ ମଳିକ,, ପ୍ରତାପ ବିଷୋୟୀ, କୁନ୍ଦ୍ରା ଦଳବରା, ନାରସୁ ନାଇକ, ଅଭିଷେକ ସାହୁ ମଧ୍ୟ ନିଜ ଦୃଷ୍ଟି କୋଣ ରୁ ବକ୍ତବ୍ୟ ରଖି ଥିଲେ। ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସାହୁ ଅଦବାସୀ ଅଧ୍ୟୁଷିତ ଗାଁ ଗୁଡିକୁ ଯାଇ ରାତ୍ରି ଯାପନ କରି ସେମାନଙ୍କୁ ସଂଘଟିତ କରିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଆବାହକ ଆଜିର ଝଡି ବର୍ଷା ସତ୍ୱେ ପ୍ରତିନିଧି ମାନେ ଧରାକୋଟ, ସୋରଡ଼ା, ପୋଲସରା ଜଗନ୍ନାଥ ପ୍ରସାଦ ଭଞ୍ଜନଗର ବ୍ଲକ ରୁ ଆସି ଯୋଗ ଦେଇଥିବାରୁ ଓ ଅତିଥି ମାନେ ଏ ପରିଣତ ବୟସ ରେ ଯୋଗଦାନ କରି ଏ କାର୍ଯ୍ୟ କ୍ରମକୁ ସହଯୋଗ କରିଥିବାରୁ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୮/୨୦ ---୫,୨୦     Sakhigopal News,10/8/2022

Blog Archive

Popular Posts