Breaking News

ସତ୍ୟବାଦୀ ମାଟିର ପୁଅ ରବୀନ୍ଦ୍ରନାଥ ଷଡଙ୍ଗୀ ଅଗଷ୍ଟ ୧୫ରେ ହରିଆନରେ ସମ୍ମାନୀତ ହେବେ

 Satyabadi Mati's son Rabindranath Shadangi will be honored in Haryana on August 15

 


ସାକ୍ଷୀଗୋପାଳ----ସତ୍ୟବାଦୀ  ବୀରଗୋବିନ୍ଦପୁର ଗ୍ରାମର ରବୀନ୍ଦ୍ର ନାଥ ଷଡଙ୍ଗୀ  ଗୁରୁଗ୍ରାମ ,ହରିଆନା ନୂଆଦିଲ୍ଲୀ ଠାରେ ଅଗଷ୍ଟ ୧୫ ତାରିଖ ଦିନ  ଲାଇଫି ଟାଇମ ଆଚିଭିମେଣ୍ଟ ଆୱାଡ ପାଇବା ପାଇଁ ହରିଆନା ଗସ୍ତ କରିଥିବା ଜଣାପଡିଛି ।   ସତ୍ୟବାଦୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୩୩ ବର୍ଷ ଚାକିରୀ କରି ୩୦-୪-୨୦୧୨ ମସିହାରେ ଅବସର ନେଇଥିଲେ । ଅବସର ନେବା ପରେ  ସାହିତ୍ୟ , କବିତା, ଚିତ୍ରାଙ୍କନ ସହିତ ଗୋ ସେବା, ଜନସେବା, ରୋଗୀ ସେବା କରିବା ସହିତ ଗରିବ, ଅସହାୟ ପିଲା ମାନଙ୍କୁ ବିଭିନ୍ନ ସମୟରେ ସାହାର୍ଯ୍ୟ ସହଯୋଗ କରି ଆସିଥାନ୍ତି । ଏହି ପରୀପେକ୍ଷୀରେ  ବିଭିନ୍ନ ଅନୁଷ୍ଠାନ ପକ୍ଷରୁ  ଶ୍ରୀ ଷଡଙ୍ଗୀଙ୍କୁ  ବିଭିନ୍ନ ପଦ ପଦବୀରେ ସମ୍ମାନୀତ କରାଯାଇଛି । ଏପରିକି ବନ୍ଦନା ଭାଷା ସାହିତ୍ୟ ସଂସ୍କୃତିର ସମ୍ପାଦକ ଓ ବନ୍ଦନା ଷଡମାସିକ ସାହିତ୍ୟ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ରାଜସ୍ଥାନର ଆଇ କ୍ୟାନ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ଅଗଷ୍ଟ ୧୫ ତାରିଖରେ ସମ୍ମାନୀତ କରାଯିବା ପାଇଁ ପତ୍ର ପାଇବା ପରେ ସେ ଆଜି ହରିଆନ ଗସ୍ତ କରିଥିବା ଜଣାପଡିଛି । ଏହି ଖବର ପ୍ରସାରିତ ହେବା ପରେ ତାଙ୍କର ସାଙ୍ଗ ସାଥୀ ମାନେ ସ୍ୱାଗତ କରିଛନ୍ତି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୮/୨୦୨୨---୫,୪୦   

  Sakhigopal News , 10/8/2022

Blog Archive

Popular Posts