Breaking News

ଅଜଣା ରୋଗ ରେ ପୀଡ଼ିତ ମନୋଜ କୁମାର ସାହୁଙ୍କୁ ମିଳିଲା ହୁଇଲ ଚେୟାର.

Manoj Kumar Sahu, suffering from an unknown disease, got a wheelchair.
 
ବରଗଡ଼ ---ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ଝରାପାଲି ମାର୍କେଟ ଠାରେ ସ୍ଥାୟୀ ବାସିନ୍ଦା ଭାବରେ ରୁହନ୍ତି ମନୋଜ।ବୟସ ମାତ୍ର ୨୬। ଦିନ ଥିଲା ବାପା ସ୍ଵର୍ଗତ ଫକୀର ସାହୁ, ମା ସାବିତ୍ରୀ ସାହୁ ବୟସ ୬୫। ଦୁଇ ଭଉଣୀ,ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ଦୁଃଖେକଷ୍ଟେ ଚାଲିଥିଲା ତାଙ୍କ ତେଲ ଲୁଣ ସଂସାର ।ହେଲେ ୬/୭ବର୍ଷ ହେବ ବାପା ଚାଲିଗଲା ପରେ ସତେ ଯେମିତି ଦଇବି ସାଜେ ତାଙ୍କ ପାଇଁ ବଇରୀ,ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ମାଡ଼ି ଆସେ  ତାଙ୍କ ପରିବାରକୁ । ଏକ ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ବଡ ଭଉଣୀ ଆର ପାରିକୁ ଚାଲି ଯାଇଥିବା ବେଳେ ଏବେ ପୁଣି ସାନ ଭଉଣୀ ଶଯ୍ୟା ଶାୟୀ ହୋଇ ମୃତ୍ୟୁ କୁ ଅପେକ୍ଷା କରି ଦିନ ଗଣୁଛି।ସେହିପରି ଦୀର୍ଘ ୫ବର୍ଷ ହେବ ସେଇ ଅଜଣା ରୋଗରେ ପୀଡିତ ହୋଇ ବହୁ କଷ୍ଟ ରେ ଦିନ କାଟୁଛନ୍ତି ମନୋଜ। ମା ସାବିତ୍ରୀ ବର୍ତ୍ତମାନ ଝିଅ ଓ ପୁଅ ର ଯତ୍ନ ନେଉଛନ୍ତି। ପୁଅ ମା ସେବା କରିବା କଥା ହେଲେ ମା ପୁଅ, ଝିଅ ର ଯତ୍ନ ନେଉଛନ୍ତି।ଦୀର୍ଘ ଦିନରୁ ଭେଡେନ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇସାଇକେଲ, ୨୫ କେଜି ଚାଉଳ,ମା ପୁଅ ଓ ଭଉଣୀ ମିଶି ଭତ୍ତା ବାବଦ କୁ ୧୯ଶହ ଟଙ୍କା ଯାହା ପରିବାର ଚଲିବା ସହ ରୋଗ ପାଇଁ ଔଷଧ କୁ ନିଅଣ୍ଟ।ଗୋଟେ ପଟେ ମା ଭଉଣୀ ତ ଅନ୍ୟ ପଟେ ନିଜେ ସ୍ବାମୀ ସ୍ତ୍ରୀ ଓ ଦୁଇ ପୁଅ ଝିଅ ଙ୍କୁ କିଭଳି ସମ୍ଭାଳିବେ କୋହ ଭରା କଣ୍ଠରେ କାନ୍ଦି ପକାନ୍ତି ମନୋଜ। ତଥାପି ମଧ୍ୟ ଭାଙ୍ଗି ନାହାନ୍ତି ମନୋଜ। ରୋଗ ର ପ୍ରକୋପ ମନୋଜ କୁ ଦିଗହରା କରି ଦେଇଥିବା ବେଳେ ଦୀର୍ଘ ଦିନରୁ ଏକ ହୁଇଲ ଚେୟାର ପାଇଁ ଆବେଦନ କରି ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଏକ ହୁଇଲ୍ ଚେୟାର ପ୍ରଦାନ କରାଯାଇଛି। ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ଭେଡେନ ବ୍ଲକ ଉପାଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି,ଭେଡେନ ଜିଲ୍ଲା ପରିଷଦ ଜୋନ ୨ ର ସଭ୍ଯ ସତ୍ଯଜିତ ପୁରୋହିତ,ସଂକ୍ରିଡା ସରପଞ୍ଚ ଜୟନ୍ତୀ ସେଠ,ପୂର୍ବତନ ସରପଞ୍ଚ ଶୁସାନ୍ତ କୁମାର ସାହୁ,ସଂକ୍ରିଡା ୱାର୍ଡ ସଭ୍ୟା ପ୍ରଭାତୀ ପଟେଲ,ରୂପା ପ୍ରଧାନ,ସଂକ୍ରିଡା ପଞ୍ଚାୟତ ଏଗଜୁକୁଟିଭ ଅଫିସର ତରଣୀସେନ ଜେନା,ସଂକ୍ରିଡା ରାଜସ୍ବ ଅଧିକାରୀ ଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ମହାପାତ୍ର,ସକାଳ ଖବର କାଗଜ ର ଥୁଆପାଲି ରପ୍ରତିନିଧି ଭବାନୀ ଶଙ୍କର ପାଢୀ, ହକର ରାମ ଛତ୍ରିଆ ପ୍ରମୁଖ ଙ୍କ ସକ୍ରିୟ ଉପସ୍ଥିତି ରହିଥିଲେ । ମନୋଜ ସାହୁଙ୍କ ପରିବାର ବର୍ଗ ଓ ଝରାପାଲି ମାର୍କେଟ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ ଅଜଣା ରୋଗ ରୁ ମନୋଜ ଙ୍କର ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୮/୨୦୨୨---୮,୪୦    Sakhigopal News,6/8/2022

Blog Archive

Popular Posts