ଭୁତଳ ରାସ୍ତାରେ ବର୍ଷା ଜଳ ମଧ୍ୟରେ ଫସି ଯାଇଥିବା "ମୋ ବସ 'ଘଟଣାକୁ ନେଇ ଜନ ଅସନ୍ତୋଷ
Public outrage over the incident of "my bus" stuck in the rainwater on the road
ଜଟଣୀ ---ବର୍ଷା ଜଳରେ ଆଜି ଜଟଣୀ ଅଣ୍ଡର ଗ୍ରାଉଣ୍ଡ ତଳେ ବୁଡି ରହିଥିବା "ମୋ ବସ 'ଏକ ଦୁର୍ଘଟଣା କହିଲେ ଅତ୍ୟୁକ୍ତି ହେବନାହିଁ । ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ବସ ଯାତ୍ରୀ । ଆଜିର ଘଟଣା ଜଟଣୀର ଜନସାଧାରଣ ଓ ଆବାଳ ବୃଦ୍ଧବନିତା ସମସ୍ତେ ହୃଦୟଗମ କରି ଏହି ଘଟଣା ପାଇଁ ଜଟଣୀ ବାସି ଲଜ୍ଜିତ । କାରଣ ଏହି ଘଟଣା ସୋସିଆଲ ମିଡିଆରେ ସାରା ଓଡିଶା ବାସି ଦେଖି ଜଟଣୀର ବିକାଶର ଧାରା ପ୍ରତି ଚିନ୍ତିତ ହୋଇ ପଡିଛନ୍ତି । ଅଣ୍ଡର ଗ୍ରାଉଣ୍ଡରେ ପାଣି ଜମିବା ଘଟଣା ଏବେକାର ନୁହେଁ ବହୁ ବର୍ଷ ଧରି ଲାଗି ରହିଛି । ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ଓ ବର୍ତ୍ତମାନର ବିଧାୟକ ଏବଂ ସାଂସଦ ଏହି ଦୀର୍ଘ ଦିନର ସମସ୍ୟା ପ୍ରତି ଅବଗତ ଅଛନ୍ତି । କିନ୍ତୁ ବର୍ତ୍ତମାନର ସମସ୍ୟା ସହ ଏହି ଭଳି ଅନେକ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଏଥିପାଇଁ ରେଳ ପ୍ରଶାସନ,ଜଟଣୀ ପ୍ରଶାସନର ଅଧିକାରୀ ଏବଂ ନେତା, କୁଜି ନେତା ମାନେ ନେତାଙ୍କ ପାଖେ ପାଖେ ରହି କୁ ମନ୍ତ୍ରଣା ଦେଇ ଜଟଣୀର ଅବନତି ଘଟାଇଛନ୍ତି ବୋଲି ଜଣସାଧାରଣରେ ଆଲୋଚନା ହେଉଛି। ନିଜ ସ୍ୱାର୍ଥରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ପିସି ଓ କଣ୍ଟାକ୍ଟ୍ରି କାମକରି ଭଲ ଦୁଇ ପଇସା ରୋଜଗାର କରି ଜଟଣୀ ସହର ପରିକ୍ରମା କରନ୍ତି । ଜଟଣୀର ଉନ୍ନତି ଚିନ୍ତା କରୁଛି କିଏ ? ଦିନକୁଦିନ ଜଟଣୀ ସହରାଞ୍ଚଳର ରାସ୍ତା, ନାଳନର୍ଦମା ଏବଂ ସରକାରୀ ଜମିର ଜବରଦଖଲ ବଢ଼ି ଚାଲିଥିବା ବେଳେ ପ୍ରଶାସନ ନିଘୋଡ଼ ନିଦରେ ଶୋଇବା ଜଟଣୀ ବାସୀଙ୍କୁ ଚକିତ କରୁଛି । ଖୋଦ ଜିଲ୍ଲାପାଳ ନିୟମିତ ଭାବରେ ଜଟଣୀ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜନଶୁଣାଣୀ କରୁଥିବା କରୁଛନ୍ତି । ଯଦି ଶୁଣାଣି ହେଉଛି ସମସ୍ୟାର ସମାଧାନ ହେଉନାହିଁ କାହିଁକି ?। ତେଣୁ ଜନସାଧାରଣଙ୍କ ମତରେ ଜଣାଶୁଣାଣୀର ପ୍ରକୃତ ଉଦସ୍ୟ କଣ । କିଛି ଅସାଧୁ ବ୍ୟବସାୟୀ, କୁଜି ନେତା, ମଦ ମାଫିଆ, କାରଖାନା ମାଲିକ ମାନେ ନିଜର ସୁବିଧା ପାଇଁ ସରକାରୀ ସମ୍ପତ୍ତିକୁ ମନଇଛା ହରିଲୁଟ କରୁଥିବା ବେଳେ ଜଟଣୀ ମୁନିସିପାଲିଟି ଓ ବ୍ଲକ ପ୍ରଶାସନ କାହା ସ୍ୱାର୍ଥରେ ସେମାନଙ୍କୁ ବର୍ଷ ବର୍ଷ ଧରି ଘଣ୍ଟ ଘୋଡେଇ ଆସୁଛନ୍ତି । ସରକାରୀ କଳ ଓ କିଛି ମୁଷ୍ଟିମେୟ ଲୋକଙ୍କ ମଧୁଚନ୍ଦ୍ରିକାରେ ଜଟଣୀ ସହରାଞ୍ଚଳର ଅଧିବାସୀ ସମସ୍ୟା ଘେରରେ ରହି ଅତିଷ୍ଠ ହୋଇ ପଡିଛନ୍ତି । ତେଣୁ କହୁ କହୁ କହି ଦେଲି କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି ନ୍ୟାୟ ଏବେ ଜଟଣୀରେ ଦେଖିବାକୁ ମିଳିଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୮/୨୦୨୨---୮,୪୬ Sakhigopal News,6/8/2022