୭୫ ମିଟର ଲମ୍ବାର ପତାକା
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ, ଥୁଆପାଲି ଠାରେ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ସଦସ୍ୟ ସଦସ୍ୟା ମାନଙ୍କର ମିଳିତ ଆନୁକୁଲ୍ୟରେ ସ୍ଵାଧୀନତା ର ଅମୃତ ମହୋତ୍ସବ ପତାକା ଯାତ୍ରା ପାଳିତ ହୋଇଯାଇଛି । ଏଥିରେ ୭୫ ମିଟର ଲମ୍ବାର, ତ୍ରିରଙ୍ଗା ପତାକା ନେଇ ରାଷ୍ଟୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ, ଝରାପାଲି ମାର୍କେଟ ଦେଇ ଲାୟନ୍ସ କ୍ଲବର ଠାରେ ପହଁଚି ଥିଲା। ଏଥିରେ ଲାୟନ୍ସ କ୍ଲବ ର ସମସ୍ତ ସଦସ୍ୟ ସଦସ୍ୟା ଓ ଲିଓ କ୍ଲବ ର ସମସ୍ତ , ରାଷ୍ଟ୍ରୀୟ ଶିକ୍ଷା ବିକାଶ ବିଦ୍ୟାଳୟ, ଝରାପାଲି ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଗୁରୁଜୀ ଗୁରୁମା, ବିଭିନ୍ନ ଛାତ୍ରଛାତ୍ରୀ ସାମାଜିକ ସଂଗଠନ, ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜିବୀ ଓ ଜନସାଧାରଣ ଯୋଗ ଦେଇ ଥିଲେ। ପୁର୍ବତନ ପ୍ରଧାନ ଶିକ୍ଷକ ତଥା ଲାୟନ୍ସ କ୍ଲବର ଲାୟନ୍ସ ସନ୍ତୋଷ କୁମାର ପାଢ଼ୀ ୭୬ତମ ଜାତୀୟ ପତାକା ଉତ୍ତୋଳନ କରି ସମାଜରେ ସୁସ୍ଥ ଗଣତନ୍ତ୍ର ବଜାୟ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହା ଅଂଶ ଗ୍ରହଣ କରି ଥିବା ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ ଓ ମିଷ୍ଟାନ୍ନ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ, ୧୬/୮/୨୦୨୨---୮,୨୦ Sakhigopal News,16/8/2022