Breaking News

ଡି. ଆର .ସି ସାମନ୍ତରାୟ ବିଜ୍ଞାନ ଓ କଳା ମହାବିଦ୍ୟାଳୟ ରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ



    ନୟାଗଡ଼---  ନୟାଗଡ ଜିଲ୍ଲା ର ଡ଼.ଆର.ସି ସାମନ୍ତ
 ରାୟ ବିଜ୍ଞାନ ଓ କଳା ମହାବିଦ୍ୟାଳୟ ପରି ସରରେ ବହୁ ଆଡମ୍ବର ସହିତ ୭୬ ତମ ଆଜାଦିକା ଅମୃତ ମହୋତ୍ସବ ବା ସ୍ବାଧୀନତା ଦିବସ ପାଳନ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ,ଏହି ପବିତ୍ର ଉତ୍ସବରେ ଆର.ସି କଲେଜ ଠାରୁ ଗଣିଆ ଅଭିମୁଖେ ଛାତ୍ର,ଛାତ୍ରୀ,ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା ।ଉକ୍ତ ଶୋଭାଯାତ୍ରା ମାତୃଭୂମିର ବନ୍ଦନା ଗାନ କରି  ଗଣିଆ ଗାନ୍ଧୀ ଛକ ଠାରେ ପହଞ୍ଚିଥିଲେ। 
 ପଟୁଆର ର ଅଗ୍ରଣୀ ଥିଲା।ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ବେଶ ଧାରଣ କରିଥିବା  ଛାତ୍ର,ଛାତ୍ରୀ-  ମହାତ୍ମା ଗାନ୍ଧୀ ,ସୁଭାଷ ଚନ୍ଦ୍ର ବୋଷ,ବୀର ସୁରେନ୍ଦ୍ର ସାଏ,ସହିଦ ଭାଗତ ସିଂହ,ଝାଂସି ରାଣୀ ଲକ୍ଷ୍ମୀବାଇ, ପରି ସ୍ବାଧୀନତା ସଂଗ୍ରାମୀ ମାନଙ୍କର ବେଶଧାରଣ କରିଥିଲେ ।ଉକ୍ତ ପଟୁଆର କୁ ପ୍ରତେକ ଗ୍ରାମ ର ଯୁବକ ମାନେ ଉତ୍ସାହର ସହିତ ସ୍ୱାଗତ କରୁଥିଲେ । 
 ୍୍
ଜନସାଧାରଣ ମୋବାଇଲ ରେ ଏହି ବିରାଟ ପଟୁଆର ର ଫଟୋ ଉଠାଉଥିଲେ ।ଗଣିଆ ଠରେ ଗଣିଆ ପଞ୍ଚାୟତର ର ସରପଞ୍ଚ ଶ୍ରୀଯୁକ୍ତ ଗିରିଧାରୀ ସେଠୀ ଏବଂ ସମିତି ସଭ୍ୟ ଫକୀର ମୋହନ ଡାକୁଆ ମହାବିଦ୍ୟାଳୟ ର ବିରାଟ ପଟୁଆର କୁ ପୁଷ୍ପ ଗୁଚ୍ଛ ସହିତ ସ୍ୱାଗତ କରିବା ସହିତ ସେଠାରେ ଥିବା ଗାନ୍ଧି ମୂର୍ତ୍ତି ରେ ଫୁଲ ମାଳ ଅର୍ପଣ କରାଯାଇଥିଲା।ସେଠାରେ ସ୍ୱାଧୀନତା ସଂଗ୍ରାମୀ ବେଶଧାରୀ ମାନେ ସେମାନଙ୍କର କଳା ପଦର୍ଶନ କରି ଥିଲେ ।
ଏହା ଏତେ ଉଚ୍ଚକୋଟିର ଥିଲା ଯେ ସେଠାରେ ଉପସ୍ଥିତ ଲୋକମାନଙ୍କ ପଲକ ତିଳେ ହେଲେ ଏପଟ ସେପଟ ହୋଇନଥିଲା।ଏବଂ ପ୍ରତେକ ଜନସାଧାରଣ ଏଥିପାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ମଳୟ କୁମାର ପଣ୍ଡା ଏବଂ ସମସ୍ତ ଆର.ସି କଲେଜ ର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ପ୍ରସଂଶା କରିଥିଲା ।
ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୬/୮/୨୦୨୨---୮,୨୦  Sakhigopal News,16/8/2022

Blog Archive

Popular Posts