ଲଘୁଚାପ ଜନିତ ଲଗାଣ ବର୍ଷାରେ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଫସଲ ହାନି: ଚାଷୀ ଚିନ୍ତାରେ
Heavy crop loss in Niagara district due to low pressure planting rains: Farmers worried
ନୟାଗଡ଼----ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନୟାଗଡ଼ ଜିଲାର ନୟାଗଡ଼ ବ୍ଲକ ସମେତ ଖଣ୍ଡପଡା ,ଗଣିଆ , ଦଶପଲ୍ଲା , ଭାପୁର , ନୂଆଗାଁ , ଓଡ଼ଗାଁ , ଓ ରଣପୁର ବ୍ଲକ ଅଞ୍ଚଳରେ ବ୍ୟାପକ ଭାବେ ଧାନ ଫସଲ କ୍ଷତି ହୋଇଥିବା ଜଣାପଡିଛି। ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୀର୍ଘ ୩ ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ପ୍ରଭାବରେ ଧାନ ସହିତ ପନିପରିବା ଫସଲ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଚାଷୀ ମାନେ କହିଛନ୍ତି। ଏହି ବର୍ଷା ପ୍ରଭାବରେ ନଦୀ ନାଳ ପୋଖରୀ ଗୁଡିକରେ ପାଣି ଭର୍ତ୍ତି ହୋଇଯାଇଛି। ଫଳରେ ଧାନ ବିଲରୁ ପାଣି ନିଷ୍କାସନ ହୋଇପାରୁନାହିଁ ।ଏଥି ପାଇଁ ଚାଷୀ ମାନେ ମାନସିକ ଚିନ୍ତା ଗ୍ରସ୍ତ ହେବା ସହ ମୁଣ୍ଡରେ ହାତ ଦେଉ ବସିଛନ୍ତି।ବିଲରେ ପାଣି ଭର୍ତ୍ତି ହୋଇଥିବା ଯୋଗୁ ଧାନ ଗଛ ଓ ବିଭିନ୍ନ ଅର୍ଥକାରୀ ଫସଲ ନଷ୍ଟ ହେବାକୁ ଲାଗିଲାଣି। ଏଣୁ ଏ ଦିଗରେ ସରକାରଙ୍କ ପକ୍ଷରୁ ଦୃଷ୍ଟି ଦିଆଯିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୮/୨୦୨୨----୯,୧୦ Sakhigopal News,9/8/2022