Breaking News

ରଘୁନାଥ ସମବାୟ ମହାବିଦ୍ୟାଳୟର ସଫଳତା, ସ୍ଥିତିରାଣୀ ଟପ୍ପର

Raghunath Cooperative College Achievement, Status Rani Topper


 ଓଡ଼ଗାଁ:- ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ +୨ କଳା ପରୀକ୍ଷାରେ ୨୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୬୨ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସି.ସିରେ ୨୮ଜଣ ଏବଂ ଏକ୍ସ ରେଗୁଲାରରେ ୭ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ରେଗୁଲାରରେ ପ୍ରଥମ ଶ୍ରେଣୀରେ ୧୩୮ଜଣ,ଦ୍ୱିତୀୟ ଶ୍ରେଣୀରେ ୭୩ଜଣ ଏବଂ ୩ୟ ଶ୍ରେଣୀରେ ୫୧ଜଣ ପାସ କରିଛନ୍ତି । ସେହିପରି ସି.ସିରେ ପ୍ରଥମ ଶ୍ରେଣୀରେ ଜଣେ, ଦ୍ୱିତୀୟ ଶ୍ରେଣୀରେ ୨ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୦ଜଣ ପାସ କରିଛନ୍ତି। କଲେଜର ସ୍ଥିତିରାଣୀ ସାହୁ ୫୪୦ ନମ୍ବର ରଖି ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଅନନ୍ୟା ମିଶ୍ର ୫୩୫ ଏବଂ ପ୍ରାଚୀ ପ୍ରଯକ୍ତା ପାଣିଗ୍ରାହୀ ୫୨୯ ମାର୍କ ରଖି ଯଥାକ୍ରମେ ଦ୍ୱିତୀୟ,ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।କଲେଜର ଶତପ୍ରତିଶତ ସଫଳତା ପାଇଁ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେଶ ଚନ୍ଦ୍ର ହୋତା,ଅଧ୍ଯକ୍ଷ ରାଜକିଶୋର ସାହୁ,ଏବଂ ଅଧ୍ଯାପକ, ଅଧ୍ଯାପିକା,ଅଣଶିକ୍ଷକ କର୍ମଚାରୀମାନେ ଖୁସିବ୍ୟକ୍ତ କରିଛନ୍ତି। ସେହିପରି କୋମଣ୍ଡ ଆନନ୍ଦ ସାହୁ ବାଳିକା ମହାବିଦ୍ୟାଳୟର +୨ କଳା ପରୀକ୍ଷାରେ ପାସହାର ଶତପ୍ରତିଶତ ହୋଇଥିବାରୁ ଶିକ୍ଷକ ଏବଂ ଅଭିଭାବକ ମାନଙ୍କ ମଧ୍ଯରେ ଖୁସିର ଲହରୀ ଖେଳି ଯାଇଛି।ଚଳିତବର୍ଷ ଶତାଧିକ କଲେଜ ଶତପ୍ରତିଶତ ସଫଳତା ପାଇଥିବା ବେଳେ ଓଡ଼ଗାଁ ଏବଂ କୋମଣ୍ଡ କଲେଜ ଅନୁରୂପ ସଫଳତା ହାସଲ କରିଥିବାରୁ ସାଧାରଣରେ ଶୁଭେଛାର ସୁଅ ଛୁଟିଛି।

ଓଡ଼ଗାଁରୁ  :- ଦିଲ୍ଲୀପ କୁମାର ବିଶୋଇ ଙ୍କ ରିପୋର୍ଟ, ୯/୮/୨୦୨୨----୮,୪୫      
Sakhigopal News,9/8/2022

Blog Archive

Popular Posts