ଗହ୍ମାପୂ୍ର୍ଣ୍ଣମୀ ପର୍ବରେ ସାକ୍ଷୀଗୋପାଳର ବିଭିନ୍ନ ଅଞ୍ଚଳରେ ନଡିଆ ଲଢେଇ
Paddy fighting in various areas of Sakthigopal during the Gahmapurnami festival
ସାକ୍ଷୀଗୋପାଳ ---- ଗ୍ରାମ , ମଠ ଓ ମନ୍ଦିର ମାନଙ୍କରେ ଗହ୍ମାପର୍ବ ପାଳିତ ହୋଇଯାଇଛି । ଆଜି ହେଉଛି ପ୍ରଭୁ ବଳଭ୍ରଦଙ୍କ ଜନ୍ମ ଦିନ । ଏହି ଅବସରରେ ସମସ୍ତ ଗୋ ମାତାଙ୍କୁ ପୂଜା କରାଯାଇଥାଏ । ଏଥିଯୋଗୁ ପିଠା, ତରକାରୀ, କ୍ଷୀରି ଆଦି ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ରଥମେ ଗୋ ମାତାଙ୍କୁ ପୂଜା କରାଯାଇଥାଏ । ସେହିପରି ଘରେ ଭଉଣୀ ମାନେ ଭାଇର ଦୀର୍ଘାୟୁ କାମନା କରି ଭାଇ ହାତରେ ରାକ୍ଷୀ ବନ୍ଦନର ପରମ୍ପରା ରହି ଆସିଛି । ସେହିପରି ଗହ୍ମାପୂ୍ର୍ଣ୍ଣମୀ ଅବସରରେ ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ନଡିଆ ଲଡେଇ ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ପଟ୍ଟନାୟିକିଆ, ହରିଆବୁଢ଼ା ମନ୍ଦିର, ବରାଳ ମନ୍ଦିର , ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି, ଗବକୁଣ୍ଡ ଆଦି ବିଭିନ୍ନ ଗ୍ରାମ ବଜାର ଛକରେ ନଡିଆ ଲଢେଇ ପ୍ରତିଯୋଗିତା ହୋଇଯାଇଛି । ଏଥି ନିମନ୍ତେ ଯୁବକ ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସ୍ୱତନ୍ତ୍ର ନଡିଆ ଅଛି । ବିଶେଷ କରି ସେ ନଡିଆର ସଢ଼େଇ ଗୁଡିକ ଅଧିକ ମୋଟ ବା ଟାଣ । ନଡିଆର ଆଖି ପାଖରୁ କିଛି ଅଂଶର ସଢ଼େଇ ଟାଣ ଥାଏ । ଯାହା ଫଳରେକି ଉକ୍ତ ନଡିଆକୁ ମାଡ ଦେଲେ ମଧ୍ୟ ନଡିଆଟି ଭାଙ୍ଗେ ନାହିଁ । ଏହାକୁ ଆଗରୁ ଲଢ଼େଇ କରୁଥିବା ବା ଆଗ୍ରହୀ ଯୁବକ ମାନେ ବିଭିନ୍ନ ଅଞ୍ଚଳରୁ ନଡିଆ ସଂଗ୍ରହ କରିଥାନ୍ତି । ଏହି ନଡିଆ ଗୁଡିକ ଅନ୍ୟ ସାଧାରଣ ନଡିଆ ଅପେକ୍ଷା ଅଧିିକ ଦର ହୋଇଥାଏ । କେଉଁଠି କେଉଁଠି ନଡିଆ ହାତରେ ଧରି ମାଡ କରୁଥିବା ବେଳେ ଅନ୍ୟ କେତେକ ଜାଗାରେ ନଡିଆକୁ ଅଳ୍ପ ଦୂରରୁ ପିଙ୍ଗା ଯାଇଥାଏ । ନଡିଆକୁ ନଡିଆ ମାଡ ହୋଇଥାଏ । ଏପରିକି ଏହି ନଡିଆ ମାଡ ନ ହୋଇ ପାଖରେ ଠିଆ ହୋଇ ନଡିଆ ଲଢ଼େଇ ଦୃଶ୍ୟ ଦେଖୁଥିବା ଦେଖାଣାକାରୀ ମାନଙ୍କ ଦେହରେ ମାଡ ହୋଇଥାଏ । ଯେଉଁ ନଡିଆଟି ଭାଙ୍ଗିଯାଇଥାଏ ସେ ନଡିଆର ମାଲିକ ହାରିଲା ବୋଲି ଗଣାଯାଇଥାଏ । ଭାଙ୍ଗି ଯାଇଥିବା ନଡିଆଟିକୁ ଅନ୍ୟ ନଡିଆର ମାଲିକ ନେଇଯାଇଥାଏ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୮/୨୦୨୨---୫,୪୦
Sakhigopal News , 11/8/2022