ଗୋଶାଳାରେ ଗହ୍ମାପୂର୍ଣ୍ଣମୀ ପର୍ବ ପାଳିତ
Gahmapurnami festival is celebrated in Gochaya
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ପଟ୍ଟନାୟିକିଆ ଛକ ସ୍ଥିତ ବରାଳ ବାଲୁଙ୍କେଶ୍ୱର ଦେବ ଚ୍ୟାରିଟେବୁଲ ଟ୍ରଷ୍ଟ ଗୋଶାଳା ପରିସରରେ ଥିବା ଗୋରୁ ମାତାଙ୍କୁ ଗହ୍ମାପୂର୍ଣ୍ଣିମୀ ଅବସରରେ ପୂଜା କରାଯାଇଛି । ଆଜି ସକାଳୁ ଗୋଶାଳାର କର୍ମଚାରୀ ଓ ଅନୁଷ୍ଠାନର ସଭାପତି ମହେଶ୍ୱର ପ୍ରଧାନ ଗାଇ ମାନଙ୍କୁ ହଳଦୀ, ତେଲ ଲଗାଇ ଗାଧୁଆ ପାଧୁଆ କରାଇଥିଲେ । ସେମାନଙ୍କୁ ସିନ୍ଦୁର ଲଗାଇ ନୂତନ ବସ୍ତ୍ର ପରିଧାନ କରାଯିବା ସହ ଦୀପ , ଅରୁଆ ଚାଉଳ, ବରକୋଳିପତ୍ର, ଦୁବ , ଫୁଲ ସହିତ ଗାଇ ମାନଙ୍କୁ ବନ୍ଦାପନା କରାଯାଇଥିଲା । ରାକ୍ଷୀ ବନ୍ଦନ ଅବସରରେ ପାଚିଲା କଦଳୀ, ପ୍ରସ୍ତୁତ କରାଯାଇଥିବା ମିଠା ଲଡୁ ଏବଂ ଘାସ ,ଦାନା ଓ ନଡା ଖାଇବାକୁ ଦେଇ ପୂଜାର୍ଚ୍ଚନା କରିଥିଲେ । ମଧ୍ୟାହ୍ନରେ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପିଠା, ଭାତ , ଓ ତରକାରୀ ଭୋଗ କରାଯିବା ପରେ ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ ୍ରସେନାପତି, ୧୧/୮/୨୦୨୨---୫,୪୦ Sakhigopal News , 11/8/2022