Breaking News

ଲଗାଣ ବର୍ଷା : ଭାସିଗଲା ବାଇକ, ଗଛପଡି ରାସ୍ତାବନ୍ଦ

Heavy rain: Bikes washed away, trees fell and roads blocked.

ନୟାଗଡ,,ଚାରିଦିନ ଧରି ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଚାରିଦିନ ମଧ୍ୟରେ ଦଶପଲ୍ଲା ରେ ୨୨୦ ମିଲିମିଟର ବର୍ଷା ହୋଇଥିବା କୁଆଁରିଆ ଜଳସେଚନ ବିଭାଗ ରୁ ଜଣାପଡିଛି । ପୂର୍ବରୁ ଖୋଲାଯାଇଥିବା କୁଆଁରିଆ ଜଳ ଭଣ୍ଡାର ର ଦୁଇଟି ଗେଟ ସକାଳ ୫ ଘଣ୍ଟିକା ସମୟ ରେ ବନ୍ଦ କରାଯାଇଥିବା ବେଳେ ପୁନର୍ବାର ସକାଳ ୯ ଘଣ୍ଟିକା ରେ ଗୋଟିଏ ଗେଟ ଓ ମଧ୍ୟାହ୍ନ ୧ ଘଣ୍ଟିକା ରେ ଆଉଗୋଟିଏ ଗେଟ ଖୋଲା ଯାଇ ଜଳ ଭଣ୍ଡାର ରୁ ଜଳ ନିଷ୍କାସନ କରାଯାଉଛି । ଲଗାଣ ବର୍ଷା ଫଳରେ ବିଭିନ୍ନ ନଦିନାଳ ରେ ବର୍ଷା ଜଳ ପ୍ରବାହିତ ହେଉଛି ।  ଦଶପଲ୍ଲା ଥାନା ସାକେନି ନିକଟ ବାଗଦେବୀ ନାଳରେ ସ୍ଥାନୀୟ ଲେମ୍ବୁଗୋଛା ଗ୍ରାମର ବିଶ୍ଵନାଥ କହଁର ଓ ମନୋଜ ମଳିକ ବାଇକ ରେ ଆସୁଥିବା ବେଳେ ନାଳର ଜଳ ସ୍ରୋତରେ ଭାସି ଯାଇଥିଲେ। ନିକଟସ୍ଥ ଲୋକମାନେ ଉଭୟ ବିଶ୍ଵନାଥ ଓ ମନୋଜ କୁ ଉଦ୍ଧାର କରିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ବାଇକ ର କୌଣସି ସନ୍ଧାନ ମିଳିପାରିନାହିଁ । ସେହିପରି ଲଗାଣ ବର୍ଷା ଫଳରେ ଦଶପଲ୍ଲା-ଭଞ୍ଜନଗର ରାସ୍ତାରେ ଏକ ବଡ ଶାଳଗଛ ପଡିଯିବାରୁ ଏହି ରାସ୍ତାରେ ୨ ଘଣ୍ଟା ଧରି ଗମନା ଗମନ ବନ୍ଦ ରହିଥିଲା । ଏହି ରାସ୍ତାର ଘୋଗଡ଼ ନିକଟ ଭୋଗରା ଠାରେ ରାସ୍ତା କଡରେ ଥିବା ଏକ ଶାଳ ଗଛ ପଡିଯିବାରୁ ରାସ୍ତା ର  ଭଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା । ଖବର ପାଇ ଦଶପଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫା କରିଥିଲେ । ପରେ ଗାଡି ଚଳା ଚଳ ସ୍ୱାଭାବିକ ହୋଇଥିଲା । ସେହିପରି ଲଗାଣ ବର୍ଷା ଯୋଗୁ ଦଶପଲ୍ଲା ଏନ ଏ ସି ର ହରିଡ଼ାବାଡି ଗ୍ରାମର ରମେଶ ସେଠି ଙ୍କ ଘର କାନ୍ଥ ଭାଙ୍ଗି ଯାଇଛି । ରମେଶ ଏହି ଘରକୁ ଭଡ଼ାରେ ଲଗାଇଥିବା ବେଳେ ଏହି ଘରେ ରୀଙ୍କୁ ପ୍ରଧାନ ଙ୍କ ପରିବାର ଭଡ଼ାରେ ରହୁଥିଲେ । ରୀଙ୍କୁ ଙ୍କ ପରିବାର ଘରେ ସୋଇଥିବା ବେଳେ ଘର କାନ୍ଥ ବର୍ଷା ପାଣିରେ ଭିଜି ଭୁଶୁଡି ପଡିଥିଲା ମାତ୍ର ରୀଙ୍କୁ ଙ୍କ ପରିବାର ଅଳ୍ପକେ ରକ୍ଷା ପାଇଯାଇଥିଲେ । ଲଗାଣ ବର୍ଷା  ଫଳରେ ମଧ୍ୟଖଣ୍ଡ ବେସାଳିଆ ନାଳ ପୋଲ କୁ ଲାଗିଥିବା ରାସ୍ତା ଧୋଇ ନେବାରୁ ଗମନା ଗମନ ରେ ବାଧା ସୃଷ୍ଟି ହୋଇଛି । ବର୍ଷା କୁ ନେଇ ଚାଷୀ ମାନେ ଆନନ୍ଦିତ ଥିଲେମଧ୍ୟ ବର୍ଷା ଲାଗିରହିଲେ ବିଲରେ ଥିବା ତଳି ପଚିଯିବ ବୋଲି ଚାଷୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ବିଭିନ୍ନ ନଦି ନାଳରେ ବର୍ଷା ଜଳ ପ୍ରବାହିତ ହୋଇ ବନ୍ୟା ସୃଷ୍ଟି କରିଛି ।
ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୦/୮/୨୦୨୨----୫,୧୦   Sakhigopal News,10/8/2022

Blog Archive

Popular Posts