ସତ୍ୟବାଦୀ ଥାନାରେ ଆମ ପୁଲିସ ବୈଠକ ଅନୁଷ୍ଠିତ
Our police meeting is being held at Satyavadi police station
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ପରିସରରେ ବୁଧବାର ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଆଇଆଇସି ବିଜୟ କେତନ ବେହେରା ଅଧ୍ୟକ୍ଷତା କରିଥିଲେ । କରୋନା ଯୋଗୁଁ ଏହି କାର୍ଯ୍ୟକ୍ରମ କିଛି ଦିନ ପାଇଁ ସ୍ଥଗିତ ରହିଥିଲା । ଅନୁଷ୍ଠିତ ବୈଠକରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଏଏସଆଇ କୃଷ୍ଣଚନ୍ଦ୍ର ବେହେରା, ମଞ୍ଜୁଲତା ଦେଇ , ତଅପୋଇ ନାୟକ ଓ ସାମ୍ବାଦିକ , ସ୍ଥାନୀୟ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ଶୁକଳ ସମିତିସଭ୍ୟ ବସନ୍ତ କୁମାର ବିଶ୍ଵାଳ, ପୂର୍ବତନ ସମିତି ସଭ୍ୟ ଜଳନ୍ଧର ସେଠୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଧୃବ ଚରଣ ଦାଶ, ପୂର୍ବତନ ପେଣ୍ଠପଡା ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ପୂର୍ବତନ ଜୟପୁର ସରପଞ୍ଚ ବିଶ୍ବଜିତି ମହାପାତ୍ର, ଦୁଗଲ ସରପଞ୍ଚ ଙ୍କ ପ୍ରତିନିଧି କାଳୁ ଚରଣ କାଣ୍ଡି ଓ ବରିଷ୍ଠ ନାଗରିକ ଅଶ୍ବନି ନନ୍ଦ, ମହିଳା ନେତ୍ରୀ ହରପ୍ରିୟା ବେହେରା, ଯୁବ ସମାଜ ସେବୀ ଶରତ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ବିଶେଷ କରି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ରାସ୍ତାରେ ଟ୍ରାଫିକ ସମସ୍ୟା ,ବକୁଳବନରେ ନିଶାଡିଆ , ଚୋର ଏମାନଙ୍କୁ ଧରିବା ପାଇଁ ଆଲେଚନା କରାଯାଇଥିଲା । ବିଶେଷ କରି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ପୋଲିସ ର ଦାୟତ୍ବ ଯେତିକି ରହିଛି ଆମର ମଧ୍ୟ ସେତିକି ରହିଛି ବୋଲି କହିଥିଲେ । ସେହିପରି ଥାନା ଆଇଆଇସି ବିଜୟ କେତନ ବେହେରା ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୬/୨୦୨୨---୧୦,୨୦
Sakhigopal News,1/6/2022