Breaking News

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁକାବିଲା ପାଇଁ ମକଡିଲ

McDill to deal with natural disasters


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଚାରିଗୋଟି ବହୁମୁଖୀ  ବାତ୍ୟା ଆଶୟସ୍ଥଳୀରେ ପ୍ରାକୃତିକ ବିପର୍ଯ୍ୟସ୍ଥ ସମୟରେ କିପରି ମୁକାବିଲା କରାଯାଇ ପାରିବ ସେଥିନେଇ ରବିବାର ଦିନ ମକଡିଲ ଅନୁଷ୍ଠିତ ହୋଇଯାଇଛି । ବ୍ଳକର ଅଳଗୁମ, ଶୁକଳ ଓ ବିଦ୍ୟାଧରପୁର ଓ ବଳରାମପୁରଗଡ ବହୁମୂଖି  ବାତ୍ୟା ଆଶ୍ରୟସ୍ଥଳୀରେ ସତ୍ୟବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ  ମକଡିଲ  ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡ଼ିଓ କ୍ଷୀରୋଦ କୁମାର ବେହେରା ବଳରାମପୁରଗଡ, ବିଦ୍ୟାଧରପୁର ପଞ୍ଚାୟତର ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ମକଡ୍ରିଲ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ସୁକଳ ହାଇସ୍କୁଲ ପରିସରରେ ଥିବା  ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ସରପଞ୍ଚ ଲଲିତ ମୋହନ ସେନାପତି, ସମିତିସଭ୍ୟ ବସନ୍ତ କୁମାର ବିଶ୍ୱାଳ, ବାତ୍ୟା ଆଶୟସ୍ଥଳୀ ପରିଚାଳନା କମିଟିର ସମ୍ପାଦକ ରବି ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ପତିତ ମହାନ୍ତି , ନାଏବ ସରପଞ୍ଚ ଟିକିଲି ସାହୁ, ପରିଚାଳନା କମିଟିରସଦସ୍ୟ, ଗ୍ରାମାବସୀ, ଅଙ୍ଗନୱାଡି କର୍ମୀ, ମହିଳା ଗୋଷ୍ଠୀର ମା ମାନେ ଉପସ୍ଥି ରହିଥିଲେ । ସେହିପରି  ଅଳଗୁମ ମାଳିସାହି ସ୍ଥିତ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀରେ  ସ୍ଥାନୀୟ ସରପଞ୍ଚ ସରସ୍ୱତୀ ବିଶ୍ୱାଳ, ସତିମିସଭ୍ୟ ପୁଷ୍ପାଞ୍ଜଳି ବିଶ୍ୱାଳଙ୍କ ସହିତ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିର ସମ୍ପାଦକ ସଞ୍ଜୟ ନାୟକଙ୍କ ସହିତ ସଦସ୍ୟ,  ଅଙ୍ଗନୱାଡି କର୍ମୀ , ମହିଳା ଗୋଷ୍ଠୀ ଯୋଗଦେଇଥିଲେ । ସେମାନଙ୍କୁ ସତ୍ୟବାଦୀ ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ ମନୋଜ କୁମାର ପାତ୍ର ଓ ସହଯୋଗୀ ଶଙ୍କର ପ୍ରସାଦ ପାତ୍ର  ଘରେ ରୋଷୋଇ କରୁଥିବା ସମୟରେ ଗ୍ୟାସରେ ଅଗ୍ନିସଂଯୋଗ ହେଲେ ସେଥିରୁ ନିଜେ ରକ୍ଷା ପାଇବାସହ ନିଆଁକୁ କିପରି ଆୟତ କରିବା ସେ ସମ୍ପର୍କରେ ଡେମୋ କରି ଦେଖାଇବା, ବାତ୍ୟା ଓ ବନ୍ୟ ସମୟରେ କିପରି ବାଉଁଶ ଦ୍ୱାରା ଅସ୍ଥାୟୀ ଟ୍ରେଚର କରି ରୋଗି ମାନଙ୍କୁ ସୁରକ୍ଷିତ ଯାଗାକୁ ନେବା, ଦଉଡି ସାହାର୍ଯ୍ୟରେ ଉଦ୍ଦାର କରିବା , ପାକୃତିକ ବିପର୍ଯ୍ୟୟ ସମୟରେ ରୋଗୀ,ଶିଶୁ, ଗର୍ଭବତୀ ମହିଳା ମାନଙ୍କୁ କିପରି ସୁରକ୍ଷିତ ଭାବେ ଅଣାଯାଇ ପାରିବ ଆଦି ସମ୍ପର୍କରେ ଅଗ୍ନିଶମ ଅଧିକାରୀ ଶ୍ରୀ ପାତ୍ର ବୁଝାଇଥିଲେ ।  ସେହିପରି ବଳରାମପୁରଗଡ, ଦାସବିଦ୍ୟାଧରପୁର ବହୁମୂଖି ବାତ୍ୟା ଆଶୟସ୍ଥଳୀରେ ଅଗ୍ନିଶମ ବିଭାଗର ହାବିଲଦାର ଦୀପକ କୁମାର ମହାପାତ୍ର ସହଯୋଗୀ ପରମେଶ୍ୱର ସାମନ୍ତରାୟ ଯୋଗଦେଇ ମକଡିଲ କରି ଲୋକମାନଙ୍କୁ ବୁଝାଇଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୬/୨୦୨୨---୪.୪୦  

 Sakhigopal News, 19/6/2022

Blog Archive

Popular Posts