ଅଜଣା ଗାଡି ଧକ୍କାରେ ବୁଦ୍ଧଙ୍କ ମୃତ୍ୟୁ
Buddha dies in unidentified vehicle crash.
ଭଞ୍ଜନଗର---ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ- ବୁଦିଲି ରାସ୍ତାର ମଧ୍ୟ ଭାଗରେ ଅଜଣା ଗାଡି ଧକ୍କାରେ ମୁଜାଗଡ ଗ୍ରାମର ନିଶାକର ଗୈାଡଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସକାଳ ୫ ଟା ସମୟରେ ଘଟିଛି। ଭଞ୍ଜନଗର ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଶାକର ଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଯାଇଛି। ଭଞ୍ଜନଗର ଥାନା କେସନଂ ୩୧୬/୨୨ ମାମଲା ରୁଜୁ ହେବା ସହ ଦୁଘର୍ଟଣା ଘଟାଇଥିବା ଗାଡିକୁ ଅତିଶୀଘ୍ର ଧରାଯିବ ବୋଲି ଥାନାଧିକାରୀ ଧୀରେଶ କୁମାର ଦାଶ କହିଛନ୍ତି।ଖବର ନେବାରେ ମୃତ୍ୟୁ ନିଶାକର ନିଜ ଗ୍ରାମ ମୁଜାଗଡରୁ ବାହାରି ବୁଦୁଲି ଗ୍ରାମ ଅଭିମୁଖେ ସକାଳ ଭ୍ରମଣରେ ଯାଉଥିବା ବେଳେ ହଠାତ୍ ଏକ ଅଜଣା ଗାଡି ଧକ୍କା ଦେବାଫଳରେ ନିଶାକର ଛିଟିକି ରାସ୍ତା ଉପରେ ପଡିଥିଲେ । ଗୁରୁତର ଅବସ୍ଥାରେ ସକାଳ ଭ୍ରମଣରେ ଯାଉଥିବା ଲୋକେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରିଥିଲେ ।ଏଠାରେ ଡାକ୍ତର ନିଶାକର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୬/୨୦୨୨----୮,୪୦ Sakhigopal News,28/6/2022