Breaking News

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

One dead, one seriously injured in unidentified vehicle crash.
ଭଞ୍ଜନଗର – ଅଜଣା ଗାଡ଼ି ଧକ୍କାରେ, ଜଣେ ମୃତ ଏବଂ ଜଣେ ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗାଁ ନିକଟରେ ଘଟିଛି ଏହି ଦୂର୍ଘଟଣା । ମୃତକ ଜଣକ ହେଲେ ଅଟୋ ଡ୍ରାଇଭର ରାଜକିଶୋର ଦିଗାଳ । ଏବଂ ଆହତ ଜଣକ ହେଲେ ସେହି ଗାଡ଼ିର ହେଲପର୍ ଜେସନ ଦିଗାଳ । ଉଭୟଙ୍କ ଘର କନ୍ଧମାଳ ଜିଲ୍ଲାରେ । ସୂଚନା ପ୍ରକାରେ ଉଭୟେ ଖଲିପତ୍ର ବୋଝେଇ କରି , ଏକ ଟାଟାଏସି ଗାଡ଼ିରେ କନ୍ଧମାଳ ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଯିବା ରାସ୍ତାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗାଁ ନିକଟ ରାସ୍ତାକଡ଼ରେ ଗାଡିରଖି ଠିଆ ହୋଇଥିବା ବେଳେ , ପଛପଟୁ ଏକ ଅଜଣା ଗାଡ଼ି ଦ୍ରୃତବେଗରେ ଆସି ଧକ୍କା ଦେଇ  ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ଡାକ୍ତର ରାଜକିଶୋରଙ୍କୁ ମୃତ ଘୋଷଣା କରିଥିଲେ  । ଗୁରୁତର ଆହତ ଜେସନ୍ ଦିଗାଳ ଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ମୃତ ଦେହକୁ ଜବତ କରି  ଥାନା କେଶ୍ ନମ୍ବର ୨୫୧/୨୨ ରେ ମାମଲା ରୁଜୁ କରିଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି  ଗାଙ୍ଗପୁର ଥାନା ତଦନ୍ତକାରୀ ଅଧିକାରୀ ଏଏସଆଇ - ସୁଧିର କୁମାର ଦିଗାଳ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୬/୨୦୨୨----୧୨,୨୦ Sakhigopal News,25/6/2022

Blog Archive

Popular Posts