Breaking News

ଡମପଡ଼ା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ସପ୍ତଦିବସୀୟ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ତାଲିମ୍ ଶିବିର

 Dumpada Regional Degree College Seventh-day Summer Special Training Camp.
କଟକ ----  ଡମପଡ଼ା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ସପ୍ତଦିବସୀୟ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ସପ୍ତମ ଦିବସରେ ଜାତମୁଣ୍ଡିଆ ଛକ ନିକଟ ପୋଟଳେଇ ମନ୍ଦିର ପ୍ରାଙ୍ଗଣରେ ଜନସଚେତନତା ଓ  ସାସ୍କୃତିକ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ  ଓ ହରିଜନ କଲ୍ୟାଣ ପରିଷଦର ସମ୍ପାଦକ କେଶବ ଚନ୍ଦ୍ର ବେହେରା  ,  ମୁଖ୍ୟବକ୍ତା  ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର , ସମ୍ମାନିତ ଅତିଥିଭାବେ ଜୋତିପ୍ରକାଶ ପାଣିନୀ ,ତାପସ କୁମାର ମହାନ୍ତି ,ସ୍ମୁତିସନ୍ଧ୍ୟା ଦାସ ପ୍ରମୁଖ ଯୋଗଦେଇ  ଜଗନ୍ନାଥଙ୍କ ଫଟୋ ଚିତ୍ରରେ  ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରିିଥିଲେେ।    ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ରଣା  ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ - ଡମପଡା ବ୍ଲକ ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର ଓ ପ୍ରଦୀପ ଜେନାଙ୍କୁ ଉତ୍ତରୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା   । ଏହି କାର୍ଯ୍ୟକ୍ରମରେ କଲେଜର  ସ୍ମୃତି ସନ୍ଧ୍ୟା ଦାସ, ସ୍ମୃତି ପ୍ରଜ୍ଞା ମହାପାତ୍ର, ଜ୍ୟୋର୍ତିପ୍ରକାଶ ପାଣିନୀ, ସତ୍ୟପ୍ରକାଶ ଖଟୁଆ, ନରେଶ କୁମାର ମହାନ୍ତି, ଲିନା ଲେଙ୍କା, ରାଜେଶ କୁମାର ମହାପାତ୍ର, ତ୍ରୈଲୋକ୍ୟ ସାହୁ, ସୁକାନ୍ତି ରଣା, ଦେବୀସ୍ମିତା ରାଉତ, ସୁଶ୍ରୀ ସୋନାଲୀ ଜେନା , ଆଶିଷ କୁମାର ବେଉରା ଓ ନର୍ମଳ ନାୟକ ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରାଧ୍ୟାପିକା ସ୍ମୁତିପ୍ରଜ୍ଞା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୮/୬/୨୦୨୨--୧୧,୪୦  Sakhigopal News,28/6/2022

Blog Archive

Popular Posts