Breaking News

ଧରାକୋଟ ରେ ସ୍ଵୟଂ ନିଯୁକ୍ତ ମେକାନିକ ପ୍ରଶିକ୍ଷଣ ଶିବିର


Self-employed mechanic training camp in Dharakot

ଧରାକୋଟ----- ଧରାକୋଟ ସ୍ଥିତ କଳାବିକାଶ କେନ୍ଦ୍ର ଠାରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ସହାୟତାରେ ଜଳ ଜୀବନ ମିଶନ ଅନ୍ତର୍ଭୂକ୍ତ ଓରମାସ ତରଫରୁ 29 ଜଣ ପ୍ଲମ୍ବିଂ ଜେନେରାଲ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ , ଏ ବିଡ଼ିଓ  ସୁଶିଲ ପଟନାୟକ,ଏସ ଡି ଓ ସୁଜିତ୍ ଲଗୁନ, ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, କନିଷ୍ଟ ଯନ୍ତ୍ରୀ ଚିନ୍ମୟୀ ରାଉତ,ଓ ଏଲ ଏମ ପ୍ରତାପ ସ୍ବାଇଁ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ଜଳଯୋଗାଣ ପ୍ରକଳ୍ପ ଗୁଡ଼ିକର ପାଇପ ଲାଇନ ମରାମତି, ଏଥିରେ ବ୍ୟବହୃତ ସାମଗ୍ରୀକୁ ସଠିକ୍ ରୂପେ ଯୋଡ଼ି କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣ ରାଜ୍ୟ ମୁଖ୍ୟ ବୁଲୁ ବିଷୋୟୀ, ପ୍ରଶିକ୍ଷକ ଭୋଲା କୁମାର ସିଂ ଓ ସତ୍ୟ ବ୍ରତ ମାଲିକ ମିଳିତ ଭାବେ ତାଲିମ ପ୍ରଦାନ କରିଥିଲେ। ଏହି ଶିବିର ଜୁଲାଇ ଛଅ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।
ଧରାକୋଟ ରୁ ଅଶେଷ ପାତ୍ର ଙ୍କ ରିପୋର୍ଟ,୨୮/୬/୨୦୨୨-----୬,୫୦     Sakhigopal News,28/6/2022

Blog Archive

Popular Posts