ଧରାକୋଟ ବଡ଼ଦାଣ୍ଡ ସାହି ବାରିପଟ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
Newborn baby boy rescued from Dharakot Baddanda Sahi Baripat garbage dump.
ଧରାକୋଟ-----ଧରାକୋଟ ବଡ଼ଦାଣ୍ଡ ସାହି ବାରି ପଛପଟେ ଏକ ଅଳିଆ ଗଦାରୁ ପରିତ୍ୟକ୍ତ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଧରାକୋଟ ବଡଦାଣ୍ଡ ସାହିର ଭାଲୁ ପଣ୍ଡା ଙ୍କ ଘର ବାଡ଼ି ପଟ ଅଳିଆ ଗଦାରୁ ପ୍ରାତଃ ସମୟ ରେ ଏକ ଶିଶୁ ପୁତ୍ର କାନ୍ଦିବା ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ଜୈନିକ ମହିଳା ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । ପ୍ରଥମେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଆଣିଥିଲେ।ଏହା ପରେ ଧରାକୋଟ ସିଡିପିଓ, ପୋଲିସ ଓ ବାଲୁଙ୍କେଶ୍ୱର ଅନାଥ ଆଶ୍ରମ ସ୍ବେଚ୍ଛାସେବୀ ଅନୁଷ୍ଠାନ କୁ ଖବର ଦେଇଥିଲେ। ନବଜାତ ଶିଶୁର ଓଜନ ୨୮୦୦ ଗ୍ରାମ ଥିବା ସହ ଖାଦ୍ୟ ଖାଇବାରେ ଅସୁବିଧା ଥିବାରୁ ତାକୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚାଇଲ୍ଡ ଲାଇନ୍ ଓ ଶିଶୁ ମଙ୍ଗଳ ସମିତି କୁ ସୂଚନା ପ୍ରଦାନ କରାଯାଇଥିଲା। ଚାଇଲ୍ଡ ଲାଇନ ର ପରାମର୍ଶ ଦାତ୍ରୀ ପ୍ରୀୟଙ୍କା ବେହେରା ଙ୍କ ତତ୍ବାବଧାନରେ ସ୍ବତନ୍ତ୍ର ନବଜାତ ଯତ୍ନ କୋଠାରୀରେ ଅଧିକ ଚିକିତ୍ସା ପାଇଁ ରଖାଯାଇଛି। ଧରାକୋଟ ବାଲୁମିକେଶ୍ବର ଅନାଥ ଆଶ୍ରମ ସ୍ବେଚ୍ଛାସେବୀ କାଳିଆ ବେହେରା,ଟୁନା ଦୋରା, ପ୍ରମୁଖ ସହଯୋଗ କରିଥିଲେ । ଏଭଳି ଏକ ନବଜାତ ଶିଶୁ ଅଳିଆ ଗଦାରେ କିଏ କାହିଁକି ଛାଡି ଚାଲିଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି। ଧରାକୋଟ ପୋଲିସ ଏହାର ତଦନ୍ତ କରୁଛି। ସଂପ୍ରତି ଏହି ଘଟଣା ଧରାକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଧରାକୋଟ ରୁ ଅଶେଷ ପାତ୍ର ଙ୍କ ରିପୋର୍ଟ, ୧୮/୬/୨୦୨୨---- ୬,୪୦ Sakhigopal News,18/62022