ପୂର୍ବତଟ ରେଲୱେ ଶ୍ରମିକ ୟୁନିୟନ ତରଫରୁ ପ୍ରତିବାଦ ସଭା
Protest rally on behalf of the East Coast Railway Workers' Union.
ଜଟଣୀ ----ଅଲ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନ ର ଆହ୍ଵାନ କ୍ରମେ ସର୍ବଭାରତୀୟ ସ୍ତରରେ ଏହା ସହ ଅନୁବନ୍ଧିତ ସମସ୍ତ ଜୋନ ସ୍ତରର ସଂଗଠନ ତରଫରୁ ଏକ ଆନ୍ଦୋଳନ ସଭା ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ ତରଫରୁ ତା ୨୯.୦୬.୨୦୨୨ ଅପରାହ୍ନରେ ଏକ ବିରାଟ ରାଲି ସଂଗଠନର ମୂଖ୍ୟ କାର୍ଯ୍ୟଳୟ ରୁ ବାହାରିବା ସହ ସ୍ଥାନୀୟ ଖୋର୍ଦ୍ଧା ମଣ୍ଡଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ସମ୍ପ୍ରତି ଭାରତ ବର୍ଷ ରେ ବେରୋଜଗାର ବୃଦ୍ଧି,ଭାରତ ଦୂରସଂଚାର ନିଗମ,ଏଆର ଇଣ୍ଡିଆ ରେ ଘରୋଇକରଣ ଭଳି ରେଳ ବିଭାଗକୁ ମଧ୍ୟ ଘରୋଇସଂସ୍ଥା ହାତରେ ଟେକିଦେବାର ଷଡ଼ଯନ୍ତ୍ରକୁ ବିରୋଧ କରାଯାଇଛି । ରେଳ ବିଭାଗର ବହୁ ପଦବୀକୁ ମନ୍ତ୍ରାଳୟ ପକ୍ଷରୁ ରୋକ କରାଯିବା,ରାତ୍ରକାଳୀନ ଭତ୍ତା ରେ କାଟଛାଟ କରିବା,ମହଙ୍ଗା ଭତ୍ତା ର ବକେୟା କିସ୍ତି ପ୍ରଦାନ,ରନିଂ କର୍ମଚାରୀ ମାନଙ୍କୁ ଏମ୍.ଜି.କେ ପ୍ରଦାନ,ରେଲୱେ କ୍ୱାଟର୍ସର ମରାମତି ତଥା
ନବୀକରଣ,ରେଲୱେ କଲୋନୀ ରେ ସିସିଟିଭି ସ୍ଥାପନା,ଭାରତୀୟ ରେଲୱେ ରେ ଖାଲି ପଡିଥିବା ଅନ୍ୟୁନ୍ୟ ତିନି ଲକ୍ଷ ପଦବୀ ପୂରଣ,ନୂତନ ପେନସନ ସ୍କିମ ବଦଳରେ ପୁରୁଣା ପେନସନ ଲାଗୁ କରିବା,ଚୁକ୍ତିଭିତ୍ତିକ ଭର୍ତ୍ତି ବଦଳରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ଆଦି ଦାବି ରେ ମହାମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର
ପାଟସହାଣୀଙ୍କ ନେତୃତ୍ୱରେ ସଂଗଠନ ରାଜରାସ୍ତାକୁ ଓଓହ୍ଲାଇଥିଲା । ଏହି ପ୍ରତିବାଦ ସଭାରେ ସଂଗଠନର ଖୋର୍ଦ୍ଧା ମଣ୍ଡଳ ସଂଯୋଜକ ଶ୍ରୀ ରଞ୍ଜିତ ଦାସ,ଉପ ମଣ୍ଡଳ ସଂଯୋଜକ ଶ୍ରୀ ସଚ୍ଚିଦାନନ୍ଦ ରାଉତ,ଶ୍ରୀ ମୁରଲୀ କ୍ରିଷ୍ଣା,ଏମ୍.ଡି ଜାକିରୂଦ୍ଦିନ,ଇତିଶ୍ରୀ ନିବେଦିତା, ଶ୍ରୀ ନିର୍ମଳ ପରିଡା ଆଦି ସହ ସହ ରେଲୱେ କର୍ମଚାରୀ ଅଂଶଗ୍ରହଣ କରିଥିଲେ।ସଭା ଶେଷରେ ମାନନୀୟ ରେଳମନ୍ତ୍ରୀଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଖୋର୍ଦ୍ଧା ମଣ୍ଡଳ ପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଥିଲା।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୬/୨୦୨୨----୮,୪୫ Sakhigopal News,29/6/2022