ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ଚୋରା ମଦ ଜବତ , ଦୁଇ ୨ ଗିରଫ
Chase the joes of the police and absurd section to the joint sections, kungle sides, two 2 arrested.
ଭଞ୍ଜନଗର - ପୋଲିସ ଓ ଅବକାରୀ ମିଳିତ ଭାବେ ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିଛନ୍ତି। ବହୁ ପରିମାଣର ଚୋରା ଦେଶୀମଦ ଜବତ ସହ ବ୍ୟାପକ ମଦପୋଚ ନଷ୍ଟ କରାଯାଇଛି । ଏଥିରେ ସଂପୃକ୍ତଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଓ ଭଞ୍ଜନଗର ଉପଜିଲ୍ଲପାଳଙ୍କ ନିର୍ଦ୍ଧେଶ କ୍ରମେ ଗଞାମ ଅବକାରୀ ଅଧକ୍ଷୀକ ରାଜେନ୍ଦ୍ର ଭାତ୍ରାଙ୍କ ନେତୃତ୍ବରେ ଭଞ୍ଜନଗର ଅବକାରୀ ଅଧିକାରୀ ରମ୍ଭା ବାଗ ସହଯୋଗ ଓ ପୋଲିସ ଏହି ଚଢାଉରେ ସାମିଲ ହୋଇଥିଲେ । ଭଞ୍ଜନଗର ଅଞ୍ଚଳର ବାଲିସାହି, ଓମରାଠିସାହି ରେ ଚଢାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଚୋରା ଦେଶୀମଦ ୮୫ ଲିଟର ଜବତ କରିବା ସହ ୨ ଆସାମୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏହାସହ ୫୦୦ ଲିଟର ରୁ ଉର୍ଦ୍ଧ୍ବ ପୋଚ ନଷ୍ଟ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ଶ୍ରୀମତୀ ବାଗ କହିଛନ୍ତି। ଭଞ୍ଜନଗର ରାଜସ୍ବ ଭାରପ୍ରାପ୍ତ ଅଧିକାରୀ ନିହାର ରଞ୍ଜନ ବେହେରା ମାଜିଷ୍ଟେ୍ାଟ ଦାୟିତ୍ବରେ ରହି ଏହି ଚଢାଉ କରାଯାଇଥିଲେ । ଅବକାରୀ ଅଧିକାରୀ ଶ୍ରୀମତୀ ବାଗ କହିଛନ୍ତି ଏହି ବେଆଇନ ମଦ ଭାଟି ଓ ବେଆଇନ ଭାବେ ମଦ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ ଆଗାମୀ ଦିନରେ ଚଢାଉ ଜାରି ରହିବ । ଏହି ଚଢାଉ ରେ ଭଞ୍ଜନଗର ପୋଲିସ କର୍ମଚାରୀ ଓ ଅବକାରୀ ଏଏସଆଇ ନିରଞ୍ଜ ବେହେରା, ସିପାହୀ ସନାତନ ନାହକ,କୃଷ୍ଣଚନ୍ଦ୍ର ସେଠୀ, ଜଗନ୍ନାଥ ମହାପାତ୍ର ଓ ସୁବଳ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୬/୨୦୨୨-----୧୨,୪୦ Sakhigopa500l News,25/6/20
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୬/୨୦୨୨-----୧୨,୪୦ Sakhigopa500l News,25/6/20