Breaking News

ବକେୟା ଟଙ୍କା କୁ କେନ୍ଦ୍ରକରି ଟ୍ରାକ୍ଟର ମାଲିକଙ୍କୁ ଆକ୍ରମଣ , ଡ୍ରାଇଭର ଗିରଫ

Attack on tractor owner over arrest, driver arrested.
ଭଞ୍ଜନଗର - ତାରସିଂ ଥାନା  କୁଡୁତାଇ ପଞ୍ଚାୟତ ଅନ୍ତର୍ଗତ ଭଗବାନପୁର ଗ୍ରାମରେ  ଟ୍ରାକ୍ଟର ଡ୍ରାଇଭର  ନିଜ ମାଲିକକୁ  ଆକ୍ରମଣ କରିଛି । ଫଳରେ ଟ୍ରାକ୍ଟର ମାଲିକ ଗୁରୁତର ଆହତ ହୋଇପଡିଛନ୍ତି । ଥାନାରେ ଲିଖିତ ଅଭିଯୋଗ ହେବାପରେ  ଆକ୍ରମଣକାରୀ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।   ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭଗବାନପୁର ଗ୍ରାମର  ମାଲିକ ବୀର ନାୟକଙ୍କ ଟ୍ରାକ୍ଟର ରେ ଡ୍ରାଇଭର ଭାବେ କାମ କରୁଥିଲେ କାଳିଆ ନାଇକ । ଦୀର୍ଘଦିନ ଧରି କାଳିଆ  ଟ୍ରାକ୍ଟର ଚଳାଇ ଆସୁଥିଲା ।  କୈଣସି କାରଣରୁ  ମାଲିକ ବୀର ନାୟକ , ଡ୍ରାଇଭର କାଳିଆକୁ ବାହାର କରି ଅନ୍ୟ ଜଣେ ଡ୍ରାଇଭରକୁ ଟ୍ରାକ୍ଟର ଚଳାଇବାକୁ ଦାୟିତ୍ବ ଦେଇଥିଲେ । ଏହା ପରେ ମାଲିକ ପାଖରେ ବାକିଥିବା ନିଜର କିଛି ପ୍ରାପ୍ୟ ଟଙ୍କା ପାଇବାକୁ ନେଇ ଗତ ୨୧ ତାରିଖରେ  ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଡ୍ରାଇଭର କାଳିଆ ଉତକ୍ଷିପ୍ତ ହେଇ ଟ୍ରାକ୍ଟର ମାଲିକ ବୀର ନାୟକଙ୍କ ର ମୁଣ୍ଡକୁ  ଏକ ଲୁହା ଛଡରେ  ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଆହତ ମାଲିକଙ୍କୁ  ପ୍ରଥମେ ବେଲଗୁଣ୍ଠା ଓ ପରେ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏନେଇ  ତାରାସିଂ ଥାନାରେ  ଲିଖିତ   ଅଭିଯୋଗକୁ ଭିତ୍ତି କରି  ଥାନା କେସନଂ ୧୮୬/୨୨ ରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଡ୍ରାଇଭର କାଳିଆର  ଘର ଉପରେ ଚଢ଼ାଉ କରି ଗିରଫ କରିଛି ପୋଲିସ । ଗୁରୁବାର ଦିନ ଗିରଫ କାଳିଆକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶ ସୂଚନା ଦେଇଛନ୍ତି ।  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୬/୨୦୨୨----୧୦,୨୦  Sakhigopal News,24/6/2022    

Blog Archive

Popular Posts