ଅନାହାରରେ ମହିଳାଙ୍କ ମୃତ୍ୟୁ ଘଟଣା ; ଓଡିଶା ଖାଦ୍ୟ ଅଧିକାର ଅଭିଯାନ ଟିମର ତନାଘନା
Death of a woman by starvation; Odisha Food Rights Campaign Team Tanaghna.
ନୟାଗଡ----ଅନାହାରରେ ଅପରିଚିତା ମହିଳାଙ୍କ ମୃତୁ ଘଟଣା ସମ୍ବାଦ ପରିବେଷଣ ପରେ ଓଡିଶା ଖାଦ୍ୟ ଅଧିକାର ଅଭିଯାନ ଟିମର ତନାଘନା ଆରମ୍ଭ ହୋଇଛି । ନୟାଗଡ ଜିଲା ଖଣ୍ଡପଡ଼ା ବିଂଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମୁଖରେ ଥିବା ତ୍ରିନାଥ ମନ୍ଦିର ଚଟାଣରେ ଦୀର୍ଘ 15 ଦିନରୁ ଉର୍ଦ୍ଧ୍ବ ଦିନ ଧରି ଖାଇବାକୁ ନ ପାଇ ଜଣେ ଅଜଣା ମହିଳା ପଡିରହିଥିଲେ । ଖାଇବାକୁ ନପାଇ ମହିଳା ଜଣଙ୍କ ଦୃବଳହୋଇ ପଡି ଥିଲେ ।ଏହା ଦେଖି ଖଣ୍ଡପଡ଼ା ର କିଛି ସ୍ୱେଚ୍ଛାସେବୀ ମହିଳାଙ୍କୁ ସ୍ଥାନୀୟଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ମହିଳା ଜଣଙ୍କୁ ଡାକ୍ତର ଚିକିତ୍ସାକରିଥିଲେ ମଧ୍ୟ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ଉପରେ ସାକ୍ଷୀଗୋପାଳ ନିଉଜ ରେ ଖବର ପ୍ରକାଶିତ ହେବା ପରେ ଓଡିଶା ଖାଦ୍ୟ ଅଧିକାର ଅଭିଯାନ ଟିମ ଖଣ୍ଡପଡ଼ାକୁ ଆସି ତଦନ୍ତ କରିଥିବା ଜଣାପଡିଛି । ଉକ୍ତ ଟିମ୍ ଖଣ୍ଡପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରଓ ଖଣ୍ଡପଡ଼ା ଥାନାରେ ପହଁଚି ମୃତ୍ୟୁ ସମ୍ପର୍କରେ ଖୋଳ ତାଡ଼କରି ଥିଲେ । ସୂଚନାଯୋଗ୍ୟ କି ଦୀର୍ଘଦିନ ଧରି ଉକ୍ତ ମହିଳା ଜଣଙ୍କ ଖାଦ୍ୟ ଖାଇନଥିବା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ତଦନ୍ତ ବେଳେ ଜଣା ପଡିଛି।ଗୁରୁତ୍ୱ ପୂର୍ଣ କଥାହେଉଛି ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ଅବନତି ଘଟିବା ପରେ ଅନ୍ୟ ଚିକିତ୍ସା ଳୟ କୁ ସ୍ଥାନାନ୍ତର ନ କରି ବା ଏବଂ ମୃତୁ ପରେ ସ୍ଥାନୀୟ ଖଣ୍ଡପଡ଼ା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନ କରାଇବା ନେଇଓଡିଶା ଖାଦ୍ୟ ଅଧିକାର ଅଭିଯାନ ର ଆବାହକ ସମିତ ପଣ୍ଡା ପ୍ରଶ୍ନ ଉଠାଇଛନ୍ତି । ତହସିଲ ଅଫିସ ଏବଂ ଏନ ଏ ସି ଅଫିସିନିକଟବର୍ତ୍ତି ଅନାହାରରେ ଉକ୍ତ ମହିଳା ପଡି ରହିଥିଲେ ମଧ୍ୟ କାହାର ଦୃଷ୍ଟି ନ ପଡିବା ନେଇ ଟିମ ର ସଦସ୍ୟମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।ଏହି ଅନାହାର ଘଟଣା କୁ ସାମ୍ବାଦିକଏବଂଅନ୍ତରାଷ୍ଟ୍ରୀୟ ମାନବିକ ଅଧିକାର ରକ୍ଷକଓ ଭାରତୀୟ ବିକାଶ ପରିଷଦର ନୟାଗଡ ଜିଲ୍ଲାସମ୍ପାଦକ ନିରଂଜନ ଦାସ ପ୍ରଶାସନର ଦୃଷ୍ଟି ଗୋଚର କରିଥିଲେ । ମାତ୍ର ପ୍ରଶାସନ କୋୖଣସି ପଦେକ୍ଷପ ନେଇନଥିଲା ଫଳରେ ଶେଷରେ ମହିଳା ଜଣଙ୍କର ଜୀବନ ଚାଲିଗଲ ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୬/୨୦୨୨---୮,୪୦ Sakhigopal News,26/6/2022