Breaking News

ଦିନ ରାତିରେ ରାଜସ୍ବ ଲୁଟ ; ସ୍ଥାନୀୟ ତହସିଲଦାର ହାତବାନ୍ଦି ବସିଛନ୍ତି

Day and night revenue looting; The local tehsildar is sitting handcuffed
କଟକ ----ଡମପଡା ତହସିଲ ଗୋଚରରେ ଦିନକୁ ଦିନ ଚୋରି ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ବ ।ମାଫିଆ ମାନେ ଡମପଡା ତହସିଲ ଅଫିସ ସମ୍ମୁଖ ଦେଇ ଶହଶହ ଚୋରା ବାଲି,ମୋରମ, ମାଙ୍କଡ଼ା ପଥର, କଳା ମୁଗୁନି ପଥର ,ଗୋଡି ମେଣ୍ଟାଲ ଆଦି ଚାଲାଣ କରୁଥିଲେ ମଧ୍ୟ ଏଥିପ୍ରତି ଡମପଡା ତହସିଲ ପକ୍ଷରୁ କୋୖଣସି ପଦକ୍ଷେପ ନିଆଯାଉନଥିବା ଜଣାପଡିଛି। ଚୋରା ଚାଲାଣ କାରୀ ମାଫିଆ ଓ ଡମପଡା ତହସିଲ ର ମଧୁଚନ୍ଦ୍ରିକାରେ ଏଭଳି କାରବାର ଚାଇଛି ବୋଲି ଯାହାକି ସାଧାରଣରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଦିବାରାତ୍ରୀ ଚୋରା ଚାଲାଣ ହେଉଥିଲେ ମଧ୍ୟ ମାଫିଆମାନେ ଖୁଲମଖୁଲା ଚୋରା ଚାଲାଣ କରୁଥିବା ବେଳେ ରୋକ ଲଗାଇପାରୁନାହାଁନ୍ତି ଡମପଡା ତହସିଲଦାର । ମାଫିଆ ମାନେ କହିବୁଲୁଛନ୍ତି ଆମେ ଏହି ସାମଗ୍ରୀ ନେବାପାଇଁ ଆମକୁ ତହସିଲରୁ ସ୍ଵୀକୃତି ମିଳୁଛି । ଏପଟେ ତହସିଲଦାର ଏହି ଘଟଣାକୁ ଅସ୍ୱୀକାର କରିଛନ୍ତି । ତେବେ ମାଫିଆ ମାନଙ୍କୁ ଧରିବାରେ ତହସିଲଦାର ଙ୍କ ବିଫଳତା ଦର୍ଶାଉଛି ମାଫିଆ ମାନଙ୍କୁ କିଭଳି ଘଣ୍ଟ ଘୋଡାଉଛନ୍ତି ଡମପଡା ତହସିଲଦାର । ଡମପଡା ତହସିଲ ପକ୍ଷରୁ ସରକାରୀ ସ୍ତରରେ କୋୖଣସି ବାଲି,ମୋରମ ଓ ପଥର ଖନନ ପାଇଁ ସ୍ବୀକୃତି ଦିଆଯାଇନଥିବା ବେଳେ କିଭଳି ମାଫିଆ ମାନେ ଏହି ରାଜସ୍ବ ଚୋରି କରୁଛନ୍ତି ତାହାର ରିପୋର୍ଟ ଡମପଡା ତହସିଲଦାର ଙ୍କ ପାଖରେ ନାହିଁ । ଡମପଡା ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୨/ ୩ କିଲୋମିଟର ନିକଟବର୍ତ୍ତୀ ଅରାଚଣ୍ଡୀ ପୀଠ ନିକଟ ଓ ଜାତମୁଣ୍ଡିଆ ପାହାଡ ରୁ ମେସିନ ଲଗାଇ ଲକ୍ଷାଧିକ ଟଙ୍କାର ଚୋରା ମୋରମ ଓ ପଥର ଚାଲାଣ ହେଉଥିବା ବେଳେ ତହସିଲଦାର ଙ୍କ ନିକଟରେ ସୂଚନା ନଥିବା ତହସିଲଦାର କ୍ଷୀତିସ ବେହେରା କହିଛନ୍ତି।ଅନ୍ୟପଟେ ଖୋର୍ଦ୍ଧା ଅଂଚଳରୁ ଡମପଡା ଅଞ୍ଚଳକୁ ପ୍ରତେକ ଦିନ ଚୋରା ମାଙ୍କଡ଼ା ପଥର ଓ କଳାମୁଗୁନି ପଥର ଚାଲାଣ ହେଉଥିବା ଜଣାପଡିଛି। ଏଭଳି ଘଟଣା ସମ୍ପର୍କରେ ଡମପଡା ତହସିଲଦାର କ୍ଷୀତିସ ବେହେରାଙ୍କୁ ପଚାରିବାରୁ ଏ ସମ୍ପର୍କରେ ମୋ ପାଖରେ କୌଣସି ଖବର ନାହିଁ ଖୋର୍ଦ୍ଧା ଅଂଚଳରୁ ଚୋରା ମାଙ୍କଡ଼ା ପଥର ଚାଲାଣ ହେଉଥିବା ଖବର ମିଳିଛି । ଯଥାଶୀଘ୍ର ଉକ୍ତ ଚୋରା ଚାଲାଣ କାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ତହସିଲଦାର ଶ୍ରୀ ବେହେରା କହିଛନ୍ତି।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ, ୨୭/୬/୨୦୨୨----୮,୫୦ Sakhigopal News,27/6/2022

Blog Archive

Popular Posts