ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଭଞ୍ଜନଗର---ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା,ଯୁବ ରେଡ୍ କ୍ରସ୍ ଏବଂ ସମରଶିକ୍ଷାର୍ଥୀ ବାହିନି ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡଃ.ରମଣୀ ରଂଜନ ମିଶ୍ର ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ । ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡାକ୍ତର ରାଜେନ୍ଦ୍ର ପ୍ରସାଦ ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଯୋଗଗୁରୁ ପ୍ରାଣବନ୍ଧୁ ଗୌଡ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ । ଉକ୍ତକାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପ୍ରଶାସନିକ ଅଧିକାରୀ ଡଃ.ଜଗନ୍ନାଥ ତ୍ରିପାଠୀ ଏବଂ ଶୈକ୍ଷିକ ଅଧିକାରୀ ହରପ୍ରସାଦ ଶତପଥି ଯୋଗ ଦେଇ ଯୋଗସଂପର୍କିତ ଅନେକ ତଥ୍ୟ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଯୋଜନା ଅଧିକାରୀ ଅଧ୍ୟାପକ ବସନ୍ତ କୁମାର ଶତପଥି ସ୍ବାଗତ ଭାଷଣ ଦେଇଥିଲା ବେଳେ ଅଧ୍ୟାପକ ସୁଧିର କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ପ୍ରଦାନ କରିଥିଲେ । ଯୁବରେଡ୍ କ୍ରସର ଅଧିକାରୀ ଅଧ୍ୟାପକ ମନୋଜ କୁମାର ଦାସ ଯୋଗର ଗୁରୁତ୍ବ ସଂପର୍କରେ ମନ୍ତବ୍ୟ ଦେଇଥିବା ବେଳେ ସମର ଶିକ୍ଷାର୍ଥୀ ବାହିନିର ଅଧିକାରୀ କ୍ୟାପ୍ ଟେନ୍ ଦୀପକ୍ କୁମାର ନାୟକ ବର୍ତ୍ତମାନ ସମୟରେ ଯୋଗର ଆବଶ୍ୟକତା ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ । ଯୋଜନା ଅଧିକାରିଣୀ ଅଧ୍ୟାପିକା ମିନତୀ ସ୍ବାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ +୨ ଯୋଜନା ଅଧିକାରୀ ଡଃ.ନଟବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଯୋଗ ଦିବସ କାର୍ଯ୍ୟକ୍ରମରେ ୧୨୦ଜଣ ଛାତ୍ରଛାତ୍ରୀ ଯୋଗ ଶିକ୍ଷା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ବୁନ୍ଦ ମଧ୍ୟ ଯୋଗଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୬/୨୦୨୨----୮,୪୦ Sakhigopal News,27/6/2022