Breaking News

ଖାଦ୍ୟ ଖାଇବାକୁ ନ ପାଇ ବୃଦ୍ଧା ଆଖି ବୁଜିଲେ, ଜିଲାପ୍ରଶାସନର ଦାୟିତ୍ୱ ହୀନତା ; ଖାଦ୍ୟ ସୁରକ୍ଷା ଯୋଜନା ଗଲା କୁଆଡେ

Unable to eat, the old man turned a blind eye to the irresponsibility of the district administration; Where did the food security plan go?
ଖୋର୍ଦ୍ଧା---   ରାଜ୍ୟରେ ପ୍ରଥମ ଅନାହାର ମୃତ୍ୟୁ ନୟାଗଡ ଜିଲ୍ଲାର ଖଣ୍ଡପଡ଼ାରେ ଘଟିଛି ବୋଲି ଜଣସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।15ଦିନ ଧରି ଖାଇବାକୁ ନପାଇ ଶେଷରେ ଆଖି ବୁଜିଲେ  ଜଣେ ଅଚିହ୍ନା ବୃଦ୍ଧା । ଜିଲା ପ୍ରଶାସନ ସବୁ ଜାଣି ମଧ୍ୟ  କୌଣସି ପଦକ୍ଷେପ ନ ନେବାରୁ ବୃଦ୍ଧାଙ୍କ ମୂଲ୍ୟବାନ ଜୀବନ ଚାଲିଗଲା । ବୃଦ୍ଧା ଜଣଙ୍କ 15ଦିନ ଧରି  ବିଂଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ତ୍ରିନାଥ ମନ୍ଦିର ଚଟାଣ ଉପରେ ଶୋଇ ରହିଥିଲେ । ଦୀର୍ଘ ଦିନ ଧରି ଖାଇବାକୁ ନ ପାଇ ଭୋକ ଉପାସରେ ଦୁର୍ବଳ ହୋଇ ପଡ଼ିଥିଲେ ବୃଦ୍ଧା।  ଏହି ବୃଦ୍ଧାଙ୍କୁ ଦେଖି ଆମ ପ୍ରତିନିଧି ତଥା ଅନ୍ତରାଷ୍ଟ୍ରୀୟ ମାନବିକାଧିକାର ରକ୍ଷକ ନୟାଗଡ ଜିଲାସାଧାରଣ ସମ୍ପାଦକ ଓ ଭାରତୀୟ ବିକାଶ ପରିଷଦର ନୟାଗଡ ଜିଲ୍ଲାସମ୍ପାଦକ ନିରଂଜନ ଦାସ ନୟାଗଡ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ । କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଯଦି ପ୍ରଶାସନ ପକ୍ଷରୁ ଅଭିଯୋଗ ପରେ ପଦେକ୍ଷପ ନିଆଯାଇ ଥାନ୍ତା ତାହେଲେ ବୃଦ୍ଧା ମୃତ୍ୟୁ ମୁଖରେ ପଡି ନଥାନ୍ତେ ବୋଲି ଜଣସାଧାରଣରେ ଆଲୋଚନା ହେଉଛି ।  ଖଣ୍ଡପଡ଼ା ର କିଛି ଯୁବକ ବୃଦ୍ଧା ଙ୍କୁ ଉଦ୍ଧାର କରି ଖଣ୍ଡପଡ଼ା ଡାକ୍ତରଙ୍କ ସହଯୋଗର ବୃଦ୍ଧାଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି  କରାଯାଇଥିଲା। ବୃଧାଙ୍କର କୌଣସି ରୋଗ ନଥିବା ଡାକ୍ତର କହିଥିଲେ । ଖାଇବାକୁ ନ ପାଇ ବୃଦ୍ଧା ଦୁର୍ବଳ ସୋଇପଡିଥିବା ଜଣାପଡିଥିଲା । ଏହି ଖବର  ପ୍ରକାଶ ପାଇଥିଲା ଗଣମାଧ୍ୟମରେ । ସମାଜସେବୀ  ନିରଂଜନ ଦାସ ବୃଦ୍ଧାଙ୍କ ସମ୍ପର୍କରେ ଜିଲା ସମାଜମଙ୍ଗଳ ଅଧିକାରୀଙ୍କୁ ଜଣାଇବା ସହ ନୟାଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଯୋଗାଯୋଗକରିଥିଲେ।ଅତିରିକ୍ତ ଜିଲ୍ଲାପାଳ କହିଥିଲେ ହସିଲଦାରଙ୍କୁ ମୁଁକହୁଛି ବ୍ୟବସ୍ଥାକରିବେ । ମାତ୍ର  ପ୍ରାସାସନିକ ଅପାରଗତା ଯୋଗୁ ଆଜି ବୃଦ୍ଧା ଜଣଙ୍କର ମୃତ୍ୟୁ ହେଲା । ଏଥିପାଇଁ ଦାୟୀ ରାଜ୍ୟ ସରକାର ନା ଜିଲ୍ଲା ପ୍ରଶାସନ ।  ଏଠି ପ୍ରଶ୍ନ ହେଉଛି, ସରକାରଙ୍କ ଏତେ ଜନ କଲ୍ୟାଣକାରୀ ଯୋଜନା ଚାଲି ଥିବା ବେଳେ ଖାଦ୍ୟ ଅଭାବରୁ ମୃତୁ ହେବା ଘୋରନିନ୍ଦନୀୟ ଘଟଣା ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଖୋର୍ଦ୍ଧାରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୬/୨୦୨୨----୬,୪୦   Sakhigopal News,19/6/2022

Blog Archive

Popular Posts