ଅମୃତ ସରବର ପ୍ରକଳ୍ପ ବୁଲି ଦେଖିଲେ କେନ୍ଦ୍ର ଅଧିକାରୀ
Central officials toured the Amrit Sarbar project.
ସାକ୍ଷୀଗୋପାଳ----- କେନ୍ଦ୍ର ସରକାରଙ୍କ ଅନୁଦାନରେ ଅଳଗୁମ ପଞ୍ଚାୟତରେ କରାଯାଇଥିବା ପ୍ରକଳ୍ପ ଅମୃତ ସରବର କାର୍ଯ୍ୟ ବୁଲି ଦେଖିଲେ ଆଦିତ୍ୟ ପ୍ରତାପ ସିଂ କେନ୍ଦ୍ର ପଞ୍ଚାୟତରାଜ ବିଭାଗର ଜଏଣ୍ଟ ଡାଇରେକ୍ଟର । ସତ୍ୟବାଦୀ ବ୍ଳକ ପରିସରରେ ଶ୍ରୀ ସିଂ ପହଞ୍ଚିବା ପରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ବିଡିଓ କ୍ଷୀରୋଦ କୁମାର ବେହେରା ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ । ଅଳଗୁମ ଠାରେ କେନ୍ଦ୍ର ସରକାରଙ୍କ ଅମୃତ ସରବର ପ୍ରକଳ୍ପର କାମ ଦେଖି ଶ୍ରୀ ସିଂ ଖୁସି ହେବା ସହ ତୁରନ୍ତ ଅମୃତ ସରବରର ଚାରି ପାଖରେ ଗଛ ଲାଗାଇବା ସହ ଜନସାଧାରଣ ବସିବା ପାଇଁ ଚୌକି ପକାଇବା ଆଦି ବିସୟରେ ଅଧିକାରୀ ଓ ସତ୍ୟବାଦୀ ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ଅମ୍ରିତ ଗଜେନ୍ଦ୍ର ଓ ବ୍ଳକ ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପ୍ରତି ସରବରରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ବୋଲି ବ୍ଳକ ସହକାରୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ସତ୍ୟବାଦୀ ବ୍ଳକରେ ୭ଗୋଟି ଅମୃତ ସରବର ପ୍ରକଳ୍ପ କରାଯାଇଛି ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି । ସେଠାରୁ ଫେରି ଆଦିତ୍ୟ ପ୍ରତାପ ସିଂ କେନ୍ଦ୍ର ପଞ୍ଚାୟତରାଜ ବିଭାଗର ଜଏଣ୍ଟ ଡାଇରେକ୍ଟର ସାକ୍ଷୀଗୋପିନାଥ ମନ୍ଦିରରେ ଦର୍ଶନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୬/୨୦୨୨----୪.୪୦
Sakhigopal News, 20/6/2022