Breaking News

ଧରାକୋଟର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Preparation meeting for Dharakot's famous rath yatra.
ଧରାକୋଟ-- ଧରାକୋଟ ବ୍ଲକ ସ୍ଥିତ ସଭାଗୃହ ପରିସରରେ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ABDO ସୁଶୀଲ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୂଖ୍ୟତଃ ଯାତ୍ରାର ସୁପରିଚାଳନା ବଡ଼ଦାଣ୍ଡ ସାହି ରାସ୍ତା ମଝିରେ ବାଲି,ଗୋଡ଼ି,ଇଟା,ପଥର ରଖି ରାସ୍ତା ଅବରୋଧ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ତୁରନ୍ତ ସେ ସବୁ ହଟାଇବା ପାଇଁ ନିର୍ଦ୍ଦେଶ ଦେବା । ଯାତ୍ରା ସମୟରେ ପାନୀୟ ଜଳର ସୁ ବନ୍ଦୋବସ୍ତ, ବିଦ୍ୟୁତ ସରବରାହ ପରିଚାଳନା  କରିବା । ଏହି ରଥଯାତ୍ରା ସମୟରେ ପ୍ରାୟ ୫୦ ହଜାରରୁ ଏକଲକ୍ଷ ପର୍ଯ୍ୟନ୍ତ ଜନ ସମାଗମ ହେବାର ସମ୍ଭାବନା ରହିଛି । ସଠିକ୍ ଭାବେ ନିୟନ୍ତ୍ରଣ କରିବା, ଯାନବାହାନ ପାଇଁ ପାର୍କିଂ ର ବ୍ୟବସ୍ଥା, ଟ୍ରାଫିକ ର ସୁପରିଚାଳନା ଏବଂ ଯାତ୍ରା ସମୟରେ ବିଶୃଙ୍ଖଳା କାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଧରାକୋଟ ଯାତ୍ରା ୨ରୁ ଆରମ୍ଭ ୧୦ ତାରିଖ ଦିନ ଏକାଦଶୀ ଯାତ୍ରା କୁ ନିଆରା ପରମ୍ପରା ସହ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ସ୍ଥାନୀୟ ତହସିଲଦାର କବିରାଜ ପ୍ରଧାନ , ଥାନା ଅଧିକାରୀ ଉମାକାନ୍ତ ସାହୁ,ଜଳ ପରିମଳ ସହକାରୀ ଯନ୍ତ୍ରୀ ,ସ୍ଥାନୀୟ ସରପଞ୍ଚ ପୁନିଆ ଦାସ୍ ଙ୍କ ସମେତ ସ୍ବେଚ୍ଛାସେବୀ ଯାତ୍ରା ପରିଚାଳନା ପାଇଁ କମିଟି ସଭ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ।। ଧରାକୋଟ ରୁ ଅଶେଷ ପାତ୍ର ଙ୍କ ରିପୋର୍ଟ,୧୮/୬/୨୦୨୨---୬,୪୦   Sakhigopal News,18/6/2022

Blog Archive

Popular Posts