ଶୋଚନୀୟ ସ୍ଥିତିରେ ଡାକବଜା ଗ୍ରାମ୍ୟ ରାସ୍ତା
Dakbaja village road in deplorable condition
ଧରାକୋଟ - ଧରାକୋଟ ବ୍ଲକ ଅନ୍ତର୍ଗତ ବହାରପୂର୍ ପଞ୍ଚାୟତର ଡାକବଜା ଗ୍ରାମର ତିନି ଛକ ଠାରୁ ଗାଁ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଓ ବଡ଼ସାହି ବାରିତଳ ଖଳା ରାସ୍ତା, ତଳ ସାହି ବାରିପଟ ରାସ୍ତା ଅବସ୍ଥା ଖରାପ ହୋଇପଡିଛି । ତଳସାହି ରାସ୍ତା ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଏହି ରାସ୍ତା ଦେଇ ଜନବିଲି, ଘୋଦଦେଇ ମନ୍ଦିର ସହ ଲୋକେ ନିଜର ଚାଷ ଜମିକୁ ଯାଉଥିବାରୁ ଏହା ଏକ ବ୍ୟସ୍ତ ବହୁଳ ରାସ୍ତା ଅଟେ। କିନ୍ତୁ ରାସ୍ତାର ସ୍ଥିତାବସ୍ଥା ଯାହା ସେଥିରେ ଗାଡି ମଟର ତ ଦୂରର କଥା ଚାଲିକି ଯିବାରେ ଅସୁବିଧା ସୃଷ୍ଟି ହେଉଛି । ଏପରି କି ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ସରକାର ଗ୍ରାମ୍ୟ ରାସ୍ତା ସଂଯୋଗି କରଣ ରାସ୍ତା ନିର୍ମାଣ ଓ ଉନ୍ନତି କରଣ ପାଇଁ ଗୁରୁତ୍ବ ଦେଇ ଅନୁଦାନ ଦେଉଥିଲେ ମଧ୍ୟ ଡାକିବଜା ଗ୍ରାମ ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି। ଏଣୁ ଗ୍ରାମ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏସଂପର୍କରେ ବ୍ଲକ ସହାୟକ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ବେଳେ ଡ଼ାକିବଯା ଗ୍ରାମର ତଳ ସାହି ରାସ୍ତା ସହ ଅନ୍ୟାନ୍ୟ ରାସ୍ତା ନିର୍ମାଣ ପାଇଁ ପ୍ରାଥମିକତା ଦିଆଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି।
ଧରାକୋଟ ରୁ ଅଶେଷ ପାତ୍ର ଙ୍କ ରିପୋର୍ଟ,୨୮/୬/୨୦୨୨----୬,୪୦ Sakhigopal News,28/6/2022