The truck hit the back of the car; The truck returned before police arrived
ସାକ୍ଷୀଗୋପାଳ--- ଭୁବନେଶ୍ୱର--ପୁରୀ ୩୧୬ ନଂ ଜାତୀୟ ରାଜପଥର ବ୍ଳକ ଛକ ଓ ଜୟଗୁରୁ ଆଶ୍ରମ ମଝିରେ ପୁରୀ ଅଭିମୁଖେ ଯାଉଥିବା କାରର ପଛ ପଟକୁ ପିଟିଲା ଟ୍ରକ । କାର ଓ ଟ୍ରକ ଦୁଇଟି ଯାକ ଗାଡି ପୁରୀ ଅଭିମୁଖେ ଯାଉଥିଲେ । କାରନଂ- ସିଜି-୦୯-ଜେଇ-୪୦୨୦ ଛତିଶିଗଡର ବୋଲି ଜଣାପଡିଛି । ଟ୍ରକନଂ ଓଆର- ୧୩-ଇ- ୬୭୮୪ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ପକୃତ ପକ୍ଷେ ଉକ୍ତ ଟ୍ରକଟି ଦୁର୍ଘଟଣା ଘଟାଇଛିକି ନାହିଁ ପୋଲିସ ତଦନ୍ତ କରୁଥିବା ଜଣାପଡିଛି । କାରରେ ଥିବା ରାମ ପ୍ରସାଦ ସାହୁ ଓ ଜିତ କୁମାର ସାହୁ ଗୁରୁତର ଭାବେ ଆହତ ହୋଇ ପୁରୀ ମେଡିକାଲକୁ ପଠାଯାଇଛି । ମାତ୍ର ଟ୍ରକଟି ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଟ୍ରକଟି ପଳାଇଥିଲା ବୋଲି ଦେଖାଣାହାରୀ ମାନେ କହନ୍ତି । ଖବର ପାଇ ଜାତୀୟରାଜପଥରେ ପହରା ଦେଉଥିବା ପୋଲିସ ସେଠାରେ କହଞ୍ଚିଲା ବେଳକୁ ଟ୍ରକ ଫେରାର ହୋଇଯାଇଛି । ପୋଲିସ ଏବେ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୬/୨୦୨୨---- ୯.୨୫
Sakhigopal News, 30/6/2022