ନାଏବ ସରପଞ୍ଚ ମଧ୍ୟାହ୍ନ ଭୋଜନ ତନ୍ନଖି କଲେ
Naib Sarpanch inspected the lunch
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଅଳଗୁମ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଖଣ୍ଡାୟତ ସାହିର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟର ମାନ ପରଖିବା ସହ ଛାତ୍ର ଛାତ୍ରୀ ମାନଙ୍କ ଭଲ ମନ୍ଦ କଥା ପଚାରି ବୁଝିଥିଲେ । ଏପରିକି ରାଜ୍ୟ ସରକାରଙ୍କ ମଧ୍ୟାହ୍ନ ଭୋଜନ ପିଲା ମାନଙ୍କୁ ସଠିକ ପରିମାଣର ଦିଆଯାଉଛିକି ନାହିଁ ତାହା ତନ୍ନଖି କରିଥିଲେ । ଜଳବାୟୁର ପରିବର୍ତ୍ତନ ଯୋଗୁ ଛାତ୍ରଛାତ୍ରୀ ମାନଙ୍କର ବିଶେଷ କରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଛି । ଏ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲେଚନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୬/୨୦୨୨---୫,୪୦
Sakhigopal News, 26/6/2022