ଶୁକଳ ଓ ଅଳଗୁମ ସମବାୟ ସମିତିରେ ଶାନ୍ତି ଶୃଙ୍ଖଳାରେ ଶେଷ ; ଶାସକ ଦଳ ହାତରେ ସଭାପତି ପଦ
Shukla and Algum are the last in the peace chain in the Cooperative Society; The presidency is in the hands of the ruling party
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଓ ଅଳଗୁମ ସମବାୟ ସମିତିରେ ଆଜି ପରିଚାଳନା କମିଟି ପାଇଁ ନିର୍ବାଚନ ଶେଷ ହୋଇଯାଇଛି। ଶୁକଳ ସମବାୟ ସମିତି ରେ୪୨୭ ଜଣ ଭୋଟର ରହିଥିବା ବେଳେ ୩୯୯ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ଅଳଗୁମ ରେ ୨୪୨ଜଣଙ୍କ ମଧ୍ୟରୁ ୨୨୬ ଜଣ ମତଦାନ ସାବ୍ୟସ୍ତ କରିଥିବା ଜଣାପଡିଛି । ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇଥିବା ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ କମଳ କୁମାର ଅଚାର୍ଯ୍ୟଙ୍କ ଠାରୁ ସୁଚନା ମିଳିଛି । ଦୁଇଟି ଯାକ ସମବାୟ ସମିତି ପରିସରରେ ନିର୍ବାଚନ କରାଯାଇଥିଲା । ନିର୍ବାଚନ ସେକ୍ଟର ଅଫିସର ଲକ୍ଷ୍ମୀନାରୟଣ ମିଶ୍ର ଓ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ପ୍ରମୁଖ ଭୋଟ କେନ୍ଦ୍ରରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ ଶେଷ କରିଛନ୍ତି । ଶୁକଳ ସମବାୟ ସମିତିରେ ୧୨ଗୋଟି ଜୋନରୁ ୭ଗୋଟି ଜୋନରେ ବିଜେଡି ସମର୍ଥିତଙ୍କ ହାତରେ ରହିଥିବା ବେଳେ ଅଳଗୁମ ସମବାୟ ସମିତିରେ ୧୫ଟି ଜୋନ ମଧ୍ୟରୁ ୧୦ ଗୋଟି ବିଜେଡି ହାତରେ ରହିଥିବା ବେସରକାରୀ ଭାବେ ଜଣାପଡିଛି । ୧୬ ଗୋଟି ସମବାୟ ସମିତିରୁ ୧୦ ଗୋଟି ସମବାୟ ସମିତିରେ ନିର୍ବାଚନ ଶେଷ ହୋଇଯାଇଛି । ସେଥି ମଧ୍ୟରୁ ୩ଗୋଟି ସମବାୟ ସମିତିରେ ବିନା ପ୍ରତିଯୋଗିତାରେ ଶେଷ ହୋଇଥିବା ବେଳେ ୭ଗୋଟି ସମବାୟ ସମିତିରେ ଶାନ୍ତଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଛି । ବିଭିନ୍ନ କାରଣରୁ ୬ଗୋଟି ସମବାୟ ସମିତିରେ ନିର୍ବାଚନ ସ୍ଥଗିତ ରଖାଯାଇଥିବା ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ କମଳ କୁମାର ଆଚାର୍ଯ୍ୟଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୬/୨୦୨୨--୭,୪୦
Sakhigopal News, 26/6/2022-