ନିଷ୍ଠା ପରିବାର ଓ କେୟାର ହସ୍ପିଟାଲ ର ମିଳିତ ଆନୁକୁଲ୍ୟରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର
Free health check-up camp with the joint support of the dedicated family and care hospital
ବରଗଡ଼ ---ଜନ ସାଧାରଣ ଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ନିଷ୍ଠା ପରିବାରର ପ୍ରାଥମିକତା ଦେଇଛି । ଆଜି ଅଗ୍ରଗାମୀ ଯୁବକ ସଂଘ, ବରଗଡ ଠାରେ ନିଷ୍ଠା ପରିବାର ଓ କେୟାର ହସ୍ପିଟାଲ ର ମିଳିତ ଆନୁକୁଲ୍ୟରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ଶିବିରରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବରେ ବରଗଡ଼ ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା, କେୟାର ହସ୍ପିଟାଲ ର ଜି.ଏମ ଲୋକନାଥ ଦାଶ, ପ୍ରମୁଖ ଯୋଗ ଦେଇ ଶିବିରଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିବିର ରେ କେୟାର ହସ୍ପିଟାଲ, ଭୁବନେଶ୍ୱର ର ଲେପ୍ରୋସ୍କୋପି ଡାକ୍ତର ତାପସ ମିଶ୍ର, ସ୍ନାୟୁ ରୋଗ ବିଭାଗ ର ଡାକ୍ତର ଦୀପକ ପରିଡ଼ା, କିଡନୀ ରୋଗ ବିଭାଗ ର ଡାକ୍ତର ଅଶୋକ ପଣ୍ଡା, ଅସ୍ଥିଶଲ୍ୟ ବିଭାଗ ର ଡାକ୍ତର ମନିଷ ଶର୍ମା, ମୂତ୍ର ରୋଗ ବିଭାଗ ର ଡାକ୍ତର ପବିତ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସର୍ବମୋଟ୍ ୨୦୨ଜଣ ରୋଗୀ ଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ, ୧୨ଜଣ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ଙ୍କ ଅସ୍ତ୍ରୋପଚାର ପାଇଁ ଚିହ୍ନଟ ହୋଇଛି। ଆଗାମୀ ଦିନରେ ତାଙ୍କ ର ମାଗଣା ରେ କେୟାର ହସ୍ପିଟାଲ,ଭୁବନେଶ୍ୱର ରେ ଅସ୍ତ୍ରୋପଚାର କରାଯିବ। ଏହି ଶିବିର ରେ ପବନ ଅଗ୍ରୱାଲ, ଗଣପତି ମେଡିକାଲ ,ବରଗଡ଼ ସହଯୋଗ କରିଥିବା ବେଳେ ନିଷ୍ଠା ର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୁହୁଲା ଓ ନିଷ୍ଠା ପରିବାର ର ସମସ୍ତ ସକ୍ରିୟ ସଦସ୍ୟ ସଦସ୍ୟା ଶିବିର କୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୬/୨୦୨୨---୭,୫୦ Sakhigopal News,26/6/2022