ରାସ୍ତା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ରାସ୍ତା ମଝିରେ ଗୋଡି ମାଟି ପକାଇ ଠିକାଦାର ଛୁ.
Hundreds of thousands of dollars have been spent on road repairs, and the contractor has been dumped in the middle of the road.
ଜଟଣୀ -ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସବୁ ବେଳେ ତତ୍ପର। କିନ୍ତୁ କେତକ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ସାଧାରଣ ଜନତା ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରାଞ୍ଚଳର । ସ୍ଥାନୀୟ ୮ ନଂ ୱାର୍ଡ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ପାଖ ଦେଇ ବିଡିଏ କଲୋନୀ, ମହାବୀର କଲୋନୀ, ମଧୁସୂଦନ ନଗର, ମୁଣ୍ଡିଆ ସାହି ଦେଇ ରେତଙ୍ଗ କଲୋନୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବସ୍ଥା ଏବେ ଶୋଚନୀୟ । ଏହି ରାସ୍ତାଟି ପି. ଡବ୍ଲୁ. ଡ଼ି.ଅଧୀନରେ ଥିବାରୁ ସ୍ଥାନୀୟ ପୌରାଧିକାରୀ ଆଖି ବୁଜି ରହିଛନ୍ତି । କିଛି ଦିନ ପୂର୍ବେ ଏହି ରାସ୍ତାଟି ପିଚୁ ରାସ୍ତା ତିଆରି ହୋଇଥିଲା । ଏହି ରାସ୍ତା ଏପରି ତିଆରି ହୋଇଥିଲା ଯେ ଅଳ୍ପଦିନ ପରେ ରାସ୍ତା ଖୋଳି ତାଡି ହୋଇ ଛୋଟ ଛୋଟ ଗାତରେ ପରିଣତ ହୋଇଛି । ରାସ୍ତାରେ ଯିବା ଆସିବାରେ ଅନେକ କଷ୍ଟ ସାଧ୍ୟ ହୋଉଛି । ଏହି ରାସ୍ତା ମରାମତି ପାଇଁ ସାଧାରଣ ଜନତାଙ୍କ ଅନେକ ଅଭିଯୋଗ ପରେ ସ୍ଥାନୀୟ ପୌରାଞ୍ଚଳର ଏମି. ପିଡବ୍ଲୁଡ଼ିର ଯନ୍ତ୍ରୀ ସମେତ ସ୍ଥାନୀୟ କାଉନସିଲର ଏହାର ତଦାରଖ କରି ଫେରି ଯାଇଥିଲେ । ପରବର୍ତ୍ତୀ ସମୟରେ ଏହି ରାସ୍ତା ମରାମତି ପାଇଁ ଠିକାଦାରଙ୍କୁ ଟେଣ୍ଡର ଦିଆଗଲା । ଠିକାଦାର ମହାଶୟ ରାସ୍ତା ମରାମତି ପାଇଁ ଏହାକୁ ଖୋଳି ପିଚୁ ତାଡି, ଗୋଡି ମାଟି ପକାଇ ଦେଇ ଯାଇଛନ୍ତି ଆଉ ବାବୁଙ୍କର ଦେଖନାହିଁ । ସ୍ଥାନୀୟ ବାସିନ୍ଦାଙ୍କ ମତରେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ବୋଧ ହୁଏ ଭାଗ ବଣ୍ଟା ହୋଇପାରିନଥିବାରୁ ଏହି କାମ ଅଧାରୁ ବନ୍ଦ ରହିଛି । ଏହି ରାସ୍ତା ଦେଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଏବଂ କେନ୍ଦ୍ରୀୟ ବିଦ୍ୟାଳୟକୁ ବହୁ ଛାତ୍ରଛାତ୍ରୀ ମାନେ ପଢିବା ପାଇଁ ଯିବା ସମୟରେ ଅନେକ ଥର ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ର ନଜିର ରହିଛି । ବର୍ତ୍ତମାନ ସାମାନ୍ୟ ବର୍ଷା ହେଲେ ଗାତରେ ପାଣି ଜମା ହୋଇ ରହେ । ଏହି ରାସ୍ତାର ଦୟନୀୟ ଅବସ୍ଥା ଏକ ମାସ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନାହିଁ । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୬/୨୦୨୨---୮,୧୦
Sakhigopal News,28/6/2022