ବିନା ପ୍ର୍ତିଯୋଗିତାରେ କାଦୁଆ ଓ ଶ୍ରୀରାମଚନ୍ଦ୍ରପୁର ସମବାୟ ସମିତିରେ ସଭାପତି ନିର୍ବାଚିତ
Kadua and Sriramchandrapur Cooperative Societies have been elected without a candidate
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ସେବା ସମବାୟ ସମିତିର ସମସ୍ତ ସଦସ୍ୟ ନିଦ୍ୱନ୍ଦରେ ର୍ନିବାଚିତ ହୋଇଥିଲେ । ଏଠାରେ ନିର୍ବାଚନ ହୋଇନଥିଲା । ସେହିପରି ସଭାପତି ଭାବେ ରବିନ୍ଦ୍ର ସ୍ୱାଇଁ ନିଦ୍ୱର୍ନ୍ଦରେ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଯାହା ଫଳରେକି ସଭାପତି ପାଇଁ ଏକମାତ୍ର ରବିନ୍ଦ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିୟମ ଅନୁଯାୟୀ ପ୍ରାର୍ଥୀପତ୍ର ସମୟ ସୀମା ମଧ୍ୟରେ କେହି ନ କରିବାରୁ ନିର୍ବାଚନ ଅଧିକାରୀ ରବିନ୍ଦ୍ରଙ୍କୁ ସଭାପତି ଭାବେ ଘୋଷଣା କରିଥିଲେ । ସେହିପରି ଶ୍ରୀରାମଚନ୍ଦ୍ରପୁର ସେବା ସମବାୟ ସମିତିରେ ବୀର ମିଶ୍ର ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୭/୬/୨୦୨୨---୫,୫୫
Sakhigopal News, 27/6/2022