Breaking News

ଚିଟି ସାପ କାମୁଡାରେ ମହିଳା ଗୁରୁତର

Women are more likely to be bitten by snakes

ଭଞ୍ଜନଗର--ବାଣିଆଁଗୋଛ ଥାନା ଅନ୍ତର୍ଗତ କୋଟିବାଡି ଗ୍ରାମର ଝୁଲତା ଗୈାଡ ସାପ କାମୁଡାରେ ଗୁରୁତର ଅବସ୍ଥାରେ ଗାଲେରୀ ପରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ଏଠାରେ ଝୁଲତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି ।ଖବର ନେବାରେ ଝୁଲତା ରାତ୍ରରେ ଖାଇସାରି ଶୋଇଥିବା ସମୟରେ ହଠାତ୍ ଏକ ବିଷଧର ଚିଟିସାପ କାମୁଡି ଦେବା ପରେ ତାଙ୍କୁ ଆୟବୈଦିକ ଚିକିତ୍ସା କରାଯାଇଥିଲା । ଝୁଲତାର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସାଳୟକୁ ଅଣାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୬/୨୦୨୨----୮,୪୫  Sakhigopal News,27/6/2022

Blog Archive

Popular Posts