ଯୁବତୀଙ୍କୁ ମାରି ଦେବାକୁ ଉଦ୍ଦ୍ୟମ କରି ଯୁବକ ଗିରଫ
A young man has been arrested for trying to seduce a minor.
ସାକ୍ଷୀଗୋପାଳ---- ଖୋର୍ଦ୍ଦା ର ଠାକୁରପଡା ଗ୍ରାମର ଭରତ ଚନ୍ଦ୍ର ମୁଦୁଲି ସତ୍ୟବାଦୀ ଥାନା ଅନ୍ତର୍ଗତ ପୋଡଙ୍ଗସାହିର ଲକ୍ଷ୍ମୀଧର ଦାସଙ୍କ ଭଉଣୀକୁ ବାହା ହୋଇଥିଲା । କୌଣସି କାରଣରୁ ସେମାନଙ୍କର ଛାଡପତ୍ର ହୋଇଯାଇଛି । ଭରତ ପୋଡଙ୍ଗସାହି ଆସି ଲକ୍ଷ୍ମୀଧରଙ୍କ ଭଉଣୀକୁ ତଣ୍ଟିଚିପି ମାରି ଦେବା ପାଇଁ ଉଦ୍ଦ୍ୟମ କରିଥିଲେ ବୋଲି ଲକ୍ଷ୍ମୀଧର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ୧୫୯/୨୨ରେ ଏକ କେସ ରୁଜ କରି ଭରତଙ୍କୁ ଗିରଫ କରାଯାଇଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ଭରତଙ୍କ ନାମରେ ସତ୍ୟବାଦୀ ଥାନାରେ ୪ଗୋଟି ମାମଲା ରହିଥିବା ତଦନ୍ତକାରୀ ଏଏସଆଇ କୃଷ୍ଣଚନ୍ଦ୍ର ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୬/୨୦୨୨---4,55 Sakhigopal News ,23/6/2022