ଭିଜିଲାନ୍ସ ପଞ୍ଜାରେ କୋଟିପତି ସହକାରୀ ଯନ୍ତ୍ରୀ
Millionaire Assistant Engineer at Vigilance Station.
କଟକ---- କଟକ ଜିଲ୍ଲା ଡମପଡା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରିରହିଛି । ଭିଜିଲାନ୍ସର ପ୍ରାଥମିକ ଅନୁସନ୍ଧାନରୁ ଆୟବର୍ହିଭୂତ ସମ୍ପତ୍ତିର ସନ୍ଧାନ ମିଳିଛି । ବର୍ତ୍ତମାନ ହସ୍ତଗତ ହୋଇଥିବା ଖବର ମୁତାବକ ବାରଙ୍ଗରେ କୋଟିଏ ପଚିଶ ଲକ୍ଷ ଟଙ୍କାର ତ୍ରୀତଳ ପ୍ରାସାଦ ,କଟକ, ଭୂବନେଶ୍ୱର ଓ କେନ୍ଦ୍ରାପଡା ରେ ଚାରୋଟି ପ୍ଲଟ , ଇନସ୍ଯୁରାନସୄ ଓ ବ୍ଯାଙ୍କ ଜମା ପଇଚାଳିଶି ଲକ୍ଷ ,ତିନି ଶହ ଗ୍ରାମ ସୁନା ,, ତିନି ଶହ ଅଠସ୍ତରି ଗ୍ରାମ ରୂପା , ଏଗାର ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର i-20 କାର ,ଦୁଇଟି ଦୁଇ ଚକିଆ ଯାନ ମିଳିଥିବାର ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୯/୬/୨୦୨୨ ----୮,୫୦ Sakhigopal News,29/6/2022