ସତ୍ୟବାଦୀରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
Satyavadi celebrates International Yoga Day
ସାକ୍ଷୀଗୋପାଳ,---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଗୁରୁ ସୁବାଷ ଚନ୍ଦ୍ର ମିଶ୍ର ଅନ୍ତରାଷ୍ଠୀୟ ବିଧି ବ୍ୟବସ୍ଥା ଅନୁଯାୟୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଶିକ୍ଷକ ସତ୍ୟବାଦୀ ଦାଶ ଅନତର୍ଜାତୀୟ ଯୋଗ ଦିବସରେ ଯୋଗର ଉପକାରିତା ସମ୍ପର୍କେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ବଚଝାଇଥିଲେ । ବିଦ୍ୟାଳୟର କ୍ରୀଡା ଓ ଏନ,ସି,ସି ଶିକ୍ଷକ ସୁଚିତ୍ର ଖଟେଇ ଯୋଗ ଶିବିରକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଶିବିରକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ସେହିପରି ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଯୋଗ ଦିବସ ପାଳିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୬/୨୦୨୨---୪.୫୦
SakhigopalNews, 21/6/2022