ବ୍ଳକ ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ମହିଳାଙ୍କୁ ମିଳିଲା ଦଶ ମାସର ଭର୍ତ୍ତା
The woman received a ten-month stipend after the block president's intervention
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ରାୟଖଣ୍ଡି ଗ୍ରାମ ପଞ୍ଚାୟତର ଜଣେ ବିଧବା ମହିଳାଙ୍କୁ ଘରେ ନଥିବା ଦର୍ଶାଯାଇ ଦଶ ମାସର ଭର୍ତ୍ତା ରଖାଯାଇଥିଲା । ଉକ୍ତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀପିୟା ବେହେରା । ତାଙ୍କ ସ୍ୱାମୀ ପ୍ରଶାନ୍ତ ବରାଳଙ୍କ ମୃତ୍ୟୁ ହେବା ପରେ ସେ ବିଧବା ଭର୍ତ୍ତା ପାଇଁ ଆବେଦନ କରିଥିଲେ । ମାତ୍ର ପଞ୍ଚାୟତ ନିର୍ବାଚନ ସରିବା ପରେ ଭର୍ତ୍ତା ପାଇନଥିଲେ । ଏ ସମ୍ପର୍କରେ ଲକ୍ଷ୍ମୀପିୟା ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କୁ ସାକ୍ଷତା କରି ତାଙ୍କର ଦୁଖଃ କହିଥିଲେ । ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅଧିକାରୀ ମାନଙ୍କୁୂ ଡକାଇ ସମସ୍ତ କାଗଜ ପତ୍ର ତନ୍ନଖି କରିଥିଲେ । ମହିଳା ଜଣଙ୍କର ୯ ମାସ ହେବ ଭର୍ତ୍ତା ମଞ୍ଜୁର କରାଯାଇଛି । ମାତ୍ର ମହିଳା ଜଣଙ୍କ ରାୟଖଣ୍ଡିରେ ନ ରହି ସେ ତାଙ୍କ ବାପାଙ୍କ ଘର ଗୋପରେ ରହନ୍ତି । ମାସକୁ କିଛିଦିନ ପାଇଁ ରାୟଖଣ୍ଡି ଆସିଥାନ୍ତି ବୋଲି କହନ୍ତି । ଅନ୍ୟ ପକ୍ଷେ ଭର୍ତ୍ତା ବଣ୍ଟାହେବା ସମୟରେ ସେ ଅନୁପସ୍ଥିତ ଦେଖାଇ ଭର୍ତ୍ତା ଦେଉନଥିଲେ । ସୋମବାର ଦିନ ବିଡିଓଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ମହିଳାଙ୍କୁ ୧୦ ମାସର ଭର୍ତ୍ତା ଟଙ୍କା ୫ହଜାର ଚେକ ପ୍ରଦାନ କରିଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମନାଥ ନାୟକ ଉକ୍ତ ଚେକରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାକ୍ଷର କରି ଆଣିଥିଲେ । ମହିଳା ଜଣଙ୍କ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆବେଦନ କରିଥିଲେ । ଭର୍ତ୍ତା ମିଳିଥିବାରୁ ବ୍ଳକ ଅଧ୍ୟକ୍ଷ ଓ ବିଧାୟକଙ୍କ ସହିତ ବ୍ଳକ ବିଡିଓଙ୍କୁ ସାଧୁବାଦ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୬/୨୦୨୨---୫,୫୫
Sakhigopal News--27/6/2022