ସୁଧାଂଶୁବାଳା ମହାପାତ୍ରଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ
Sudhanshubala Mohapatra's Service Retirement Ceremony.
ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଞ୍ଚ ଗ୍ରାମପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ଜୋକନଡୁଆର ପ୍ରଧାନ ଶିକ୍ଷୟିତ୍ରୀ ସୁଧାଂଶୁ ବାଳା ମହାପାତ୍ରଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ମିଟୁ କିଶୋର ପ୍ରଧାନ ଉକ୍ତ ସଭାରେ ସଭାପତିତ୍ବ କରିଥିଲେ। ଡେଲାଙ୍ଗ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ ସଭାରେ ଶିକ୍ଷକ ଦିଗମ୍ବର ରଥ, କାହ୍ନୁଚରଣ ସେଠୀ, ଚକ୍ରଧର ମହାପାତ୍ର,ରମେଶ ଚନ୍ଦ୍ର ପ୍ରଧାନ, ରବିନ୍ଦ୍ର ବେହେରା, ରଶ୍ମୀରଂଜନ ବଡଜେନା, ସୂର୍ଯ୍ୟ ନାରାୟଣ ସେଠୀ,ଛାଟୋଇ ମୋତିଲାଲ ରାୟ, ଚନ୍ଦ୍ର ଶେଖର ଧାଉଡିଆ, ସୁରେନ୍ଦ୍ର ନାଥ ନାୟକ,ପ୍ରକାଶ ଚନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ସାହୁ, ରବିନ୍ଦ୍ର ବେହେରା, ସେହି ବିଦ୍ୟାଳୟର ସହକାରୀ ଶିକ୍ଷକ ଜଗନ୍ନାଥ ପରିଡା,ଶିକ୍ଷୟିତ୍ରୀ ମିନା ଦେଈ,ମମତା ପ୍ରଧାନ, କଳ୍ପନା ବିଶ୍ଵାଳ,ରିନା ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଧୃବଚରଣ ସ୍ଵାଇଁ, ପରିଚାଳନା କମିଟିର ସଭ୍ୟ ସଭ୍ୟା ବୃନ୍ଦ,ମାତୃ କମିଟିର ସଦସ୍ୟା ବୃନ୍ଦ ଗ୍ରାମର ବରିଷ୍ଠ ନାଗରିକ ସୂର୍ଯ୍ୟ ନାରାୟଣ ସ୍ଵାଇଁ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମୟାନୁବର୍ତୀତା ଶିକ୍ଷା ଦାନ ଶୈଳୀ,ମିଷ୍ଟ ଭାଷି ପ୍ରଭୃତି ଗୁଣଗାନ କରିଥିଲେ। ଶିକ୍ଷକ ଚକ୍ରଧର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷକ ଦିଗମ୍ବର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ, ଅଭିଭାବକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁଷ୍ପ ଗୁଚ୍ଛ, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ ଅବସର ପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ଏକ ବଉଳ ଚାରା ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀଙ୍କୁ ଗ୍ରାମ୍ୟ ପରିକ୍ରମା କରାଯାଇ ତାଙ୍କ ଗ୍ରାମ ବେରବୋଇରେ ଗ୍ରାମର ଯୂବକ ଓ ପୁରାତନ ଛାତ୍ରମାନେ ଛାଡିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୭/୨୦୨୨----୬,୨୦ Sakhigopal News,1/7/2022