Breaking News

ରେମଣ୍ଡା ସମ୍ବଳ କୋଠଚାଷ ସମବାୟ ସମିତି ଲି ସଭାପତି ହେଲେକୀର୍ତ୍ତନ ପଟେଲ

Helekirtan Patel, president of the Raymond Resource Building Co-operative Society.
ବରଗଡ଼---   ବରଗଡ ଜିଲ୍ଲା ରେମଣ୍ଡା ସମ୍ବଳ କୋଠଚାଷ ସମବାୟ ସମିତି ଲି ର ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ଏହି ସମବାୟ ସମିତି ଲି ର ପ୍ରତିଷ୍ଠାତା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ମଙ୍ଗଳୁ ପ୍ରଧାନ ।ଏଥିରେ ଇଲେକ୍ସନ ଅଫିସର ଆଶିଷ କୁମାର ପାଢ଼ୀ ଓ ଭାରପ୍ରାପ୍ତ ସଂପାଦକ ଶିବ ଭୋଇ ଉପସ୍ଥିତ ଥିଲେ। ଗତ ୬.୬.୨୨ ଦିନ ୧୫ ଡାଇରେକ୍ଟର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ।ସେମାନେ ହେଲେ ୧)ସୁରେଶ ପ୍ରଧାନ ୨)ସୁରେଶ ମହାର ୩)ନରେନ୍ଦ୍ର ବାଗ ୪)ଏକାଦଶୀଆ ରାଉତିଆ ୫)ନରସିଂହ ବେହେରା ୬)ଶୁଶିଲା ଷଣ୍ଢ ୭)ବୁନଡୋ ଭୋଇ ୮) କୀର୍ତ୍ତନ ପଟେଲ ୯)ଏକାଭୂଏ ୧୦)ଜୟଶଂକର କର ୧୧)ବିରଞ୍ଚି କର ୧୨) ପୃଥିବୀ ରାଜ କର ୧୩) ମେଘନାଦ ମେହେର ୧୪) ସନ୍ତୋଷିନୀ ମାହାଣା ୧୫) ଏକାଦଶିଆ ଭୂଏ। ଆଜି ସଭାପତି ଭାବେ କୀର୍ତ୍ତନ ପଟେଲ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଏହି ସମୟରେ ପୂର୍ବତନ ସଭାପତି ଚମାର ମେହେର, ଅଶୋକ କର, ନରେଶ ଜେଶୱାଲ , ପ୍ରଦୀପ ମହାପାତ୍ର, ଉମାକାନ୍ତ ହଟେଇ, ଯୁଗ , ଲଲିତ ଦୋରା, ଶୁଭ କର, ରାମକୃଷ୍ଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ବହୁ ସମିତି ସଦସ୍ୟ ଓ ଜନସାଧାରଣ ଉପସ୍ଥିତ ରହି ଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୬/୨୦୨୨---୧୨,୫୦ Sakhigopal News,25/6/2022

Blog Archive

Popular Posts