Breaking News

ପୂର୍ବଶତ୍ରୃତାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଜଣେ ଗିରଫ

Clashes between two families over previous feud, one arrested.

ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ ମଶାବାଡି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଶନିବାର ରାତ୍ରରେ ଗଣ୍ଡଗୋଳ ଘଟି ନିଳାଞ୍ଚଳ ସେଠୀ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସୁଚନା ଯୋଗ୍ୟ ଯେ  ମଶାବାଡି ଗ୍ରାମର ହଜାରି ସେଠୀ ଓ ନିଳାଞ୍ଚଳ ସେଠୀ ଦୁଇ ପଢେଶୀ ।  ଏମାନଙ୍କ ମଧ୍ୟରେ ବହୁ ଦିନ ହେଲା କୌଣସି କାରଣକୁ ନେଇ ଶତ୍ରୁତା ଲାଗିରହିଥିଲା ।ଶନିବାର ରାତିରେ ନିଳାଞ୍ଚଳ ଓ ହଜାରି ଙ୍କ ମଧ୍ୟରେ କୈାଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା ।  ପରେ ହଜାରି ଉତକ୍ଷିପ୍ତ ହେଇ ନିଳାଞ୍ଚଳର ମୁଣ୍ଡକୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା ।  ଘଟଣାସ୍ଥଳରେ ନିଳାଞ୍ଚଳ ଗୁରୁତର ହେଇ ପଡିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ନିଳାଞ୍ଚଳ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିବା ପରେ   ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସନଂ ୧୯୦/୨୨ରେ ମାମଲା ରୁଜୁ କରି ଆସାମୀ ହଜାରିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୬/୨୦୨୨---୮,୪୦  Sakhigopal News,26/6/2022

Blog Archive

Popular Posts